ପରଲୋକରେ ଜ୍ଞାନପୀଠ ପୁରଷ୍କାର ବିଜେତା ବିନୋଦ କୁମାର ଶୁକ୍ଳା। ଛତିଶଗଡ଼ର ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ତଥା ଲେଖକ ବିନୋଦଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ରାୟପୁର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ୪ଟା୫୮ ମିନିଟରେ ଦେହ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସାହିତ୍ୟ ଜଗତ ସ୍ତବ୍ଧ ହୋଇଯାଇଛି। ନଭେମ୍ୱର ପହିଲାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ମୋଦି। ନିଃଶ୍ୱାସପ୍ରଶ୍ୱାସ ନେବାରେ ସେ ଦୀର୍ଘ ଦିନ ହେଲା କଷ୍ଟ ଅନୁଭବ କରୁଥିଲେ। ସେଥିଲାଗି ତାଙ୍କୁ ଭେଣ୍ଟିଲେଟରରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ପ୍ରସିଦ୍ଧ ଔପନ୍ୟାସିକ, ଲେଖକ ତଥା କବି ବିନୋଦ କୁମାର ଉପନ୍ୟାସ ଓ କାବ୍ୟକବିତାରେ ଅଦ୍ଭୂତପୂର୍ବ ସୃଜନତା ଥିଲା। ଫିଲ୍ମନିର୍ମାତା ମଣିକୌଲ ୧୯୭୯ରେ ତାଙ୍କ ଲିଖିତ ନୌକର କି କମିଜ୍ ଉପନ୍ୟାସ ଉପରେ ଫିଲ୍ମ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now