ୟୁଟ୍ୟୁବ ଦେଖି ନିଜର ସର୍ଜରି କଲେ, ତାପରେ କ’ଣ ହେଲା…..

ୟୁଟ୍ୟୁବ୍ ଭିଡିଓ ଦେଖି ନିଜର ସର୍ଜରି କରିଲେ ବ୍ୟକ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା , କିନ୍ତୁ ଏହା ସତ । ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ମଥୁରାର ୩୨ ବର୍ଷୀୟ ରାଜା ବାବୁ । ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା । ଅନେକ ଡାକ୍ତରଙ୍କୁ ଦେଖାଇବା ମଧ୍ୟ କୌଣସି ସୁଫଳ ମିଳିଲାନି । ତେଣୁ ନିଜେ ମାମଲା ହାତକୁ ନେବାକୁ ସେ ନିଷ୍ପତ୍ତି ନେଲେ ।ସର୍ଜରି ପୂର୍ବରୁ ରାଜା ବାବୁ ୟୁଟ୍ୟୁବ୍ ରେ ଦେଖିଥିଲେ ଅନେକ ଭିଡିଓ ।

ଏହାପରେ ଏକ ଔଷଧ ଦୋକାନରୁ ଔଷଧ କିଣିଲେ । ଶେଷରେ ଭିଡିଓରେ ଯାହା ଦେଖିଥିଲେ, ତା’ରି ଆଧାରରେ ସର୍ଜରି ପାଇଁ ପ୍ରୟାସ ଆରମ୍ଭ କରିଦେଲେ । କିନ୍ତୁ ମାମଲା ତାଙ୍କ ହାତରୁ ଖସିଗଲା । ସ୍ଥିତି ଖରାପ ହେବାରୁ ପରିବାର ରାଜାଙ୍କୁ ହସ୍ପିଟାଲ ନେଇଗଲେ । ସେଠାରେ ତାଙ୍କର ତତ୍କାଳ ଚିକିତ୍ସା ଆରମ୍ଭ ହେଲା । ଅନେକ ଦିନ ହେଲା ରାଜା ବାବୁ ଭୀଷଣ ପେଟ ଯନ୍ତ୍ରଣାର ସମ୍ମୁଖୀନ ହେଉଥିଲେ । ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇବା ପରେ ମଧ୍ୟ ଯନ୍ତ୍ରଣା କମିନଥିଲା ।

ରାଜାଙ୍କ ପୁତୁରା ରାହୁଲ ତାଙ୍କୁ ଆଗ୍ରାର ଏସ୍ଏନ୍ ହସ୍ପିଟାଲକୁ ନେଲେ । ଘଟଣା ବିଷୟରେ ରାହୁଲ ଗଣମାଧ୍ୟମକୁ କହିଲେ, ୧୮ ବର୍ଷ ତଳେ ରାଜାଙ୍କର ଆପେଣ୍ଡିକ୍ସ ସର୍ଜରି ହୋଇଥିଲା । କିଛି ଦିନ ତଳେ ସେ ଭୀଷଣ ପେଟ ଯନ୍ତ୍ରଣାର ସମ୍ମୁଖୀନ ହେଲେ । ଅନେକ ଡାକ୍ତରଙ୍କ ପରାମର୍ଶ ପରେ ବି ଉପଷମ ମିଳିଲା ନାହିଁ । ସେଥିପାଇଁ ନିଜେ ସର୍ଜରି କରିବାକୁ ନିଷ୍ପତ୍ତି ନେଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *