ପପକର୍ଣ୍ଣ ଉପରେ ଲାଗିଲା ଜିଏସଟି । ‘ଅବ୍ ହମକୋ ଚାହିଏ ଇଜ୍ଜତ୍’ ପପ୍କର୍ଣ୍ଣର ଲୋକପ୍ରିୟତା ଖୁବ ଅଧିକ ଟ୍ରେଣ୍ଡ୍ କରୁଛି । ବର୍ତ୍ତମାନ ସମୟରେ ଘରେ ଘରେ ପପ୍କଣ୍ଣ ଖାଇବା ବି ସଉକ ପାଲଟିଲାଣି। ପପ୍କର୍ଣ୍ଣର ଚାହିଦା ବଢ଼ୁଥିବା ବେଳେ ଏହାକୁ ନେଇ ଆସିଥିବା ଖବର ଏବେ ପପକର୍ଣ୍ଣ ଲଭରଙ୍କୁ ଚିନ୍ତାରେ ପକାଇଦେଇଛି। ରାଜସ୍ଥାନ ଜୈସଲମେରରେ ଅନୁଷ୍ଠିତ ୫୫ତମ ଜିଏସଟି ପରିଷଦ ବୈଠକରେ ବହୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କିନ୍ତୁ ସବୁଠୁ ଚର୍ଚ୍ଚାରେ ଅଛି ପପକର୍ଣ୍ଣ ଉପରେ ଲାଗିଥିବା ଟିକସ ଉପରେ । ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ଚାଲିଛି । ୟୁଜରର୍ସ ମାନେ ସୋସିଆଲ ମିଡିଆରେ ମିମ୍ସର ବର୍ଷା କରିଥିବା ବେଳେ ସରକାରଙ୍କୁ ଏନେଇ ସମାଲୋଚନା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now