ଚୀନ୍ ଓ ଫିଲିପାଇନ୍ସ ମୁହାଁମୁହିଁ

Spread the love

ଚୀନ୍ ଓ ଫିଲିପାଇନ୍ସ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସେପଟେ ଫିଲିପାଇନ୍ସ ଉପକୂଳ ନିକଟରେ ଚୀନ ନିଜର ଦ୍ୱିତୀୟ ବିମାନବାହୀ ଜାହାଜ ‘ଶାନଡୋଙ୍ଗ’କୁ ମୁତୟନ କରିଛି । ଚୀନ୍ ଜାହାଜଟି ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ବିବାଦୀୟ ଦକ୍ଷିଣ ଚୀନ୍ ସାଗରର ଏକ ଅଞ୍ଚଳକୁ ଫିଲିପାଇନ୍ସ ଦାବି କରୁଥିବା ବେଳେ ଚୀନ୍ ମଧ୍ୟ ସମାନ ଦାବି କରୁଛି । ଏପରି ସ୍ଥିତିରେ ଚୀନ ଏଭଳି ପଦକ୍ଷେପ ନେଇଛି।

ବିମାନବାହୀ ଜାହାଜ ଶାନଡୋଙ୍ଗ୍ ଫିଲିପାଇନ୍ସର ଜଳସୀମାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ପକ୍ଷରୁ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେପଟେ ଚୀନକୁ କଡ଼ା ଜବାବ ଦିଆଯିବ ବୋଲି ଫିଲିପାଇନ୍ସ କହିଛି । ସେପଟେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ଶାଙ୍ଗଡୋଙ୍ଗ ଜାହାଜ ଏବେ ଏକ ଅଭ୍ୟାସ ପାଇଁ ସେଠାରେ ରହିଛି, ଯଦ୍ବାରା ଏହା ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସମ୍ଭାବ୍ୟ ଯାତ୍ରା ପାଇଁ ମଧ୍ୟ ପ୍ରସ୍ତୁତି କରିପାରିବ । କେବଳ ଏତିକି ନୁହେଁ, ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଦକ୍ଷିଣ ଚୀନ୍ ସାଗରରେ ଆହୁରି କେତେକ ବଡ଼ ଓ ମଧ୍ୟମ ଧରଣର ଯୁଦ୍ଧଜାହାଜ ମୁତୟନ କରିଛି । ଫିଲିପାଇନ୍ସ ସହ ଚୀନର ବଢୁଥିବା ସାମୁଦ୍ରିକ କ୍ଷେତ୍ରୀୟ ସଂଘର୍ଷ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *