ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ମସୁଧା ପଣ୍ଡ

Spread the love

ଇସଲାମାବାଦ: ପାକିସ୍ତାନରେ ଏକ ବଡ ଧରଣର ବିସ୍ଫୋରଣ ମସୁଧା ପଣ୍ଡ। ଆତଙ୍କବାଦୀ ସଂଗଠନ ଟିଟିପି ଦ୍ବାରା ହୋଇଥିବା ଆକ୍ରମଣ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାବଳ। ଏହି ଘଟଣା ଘଟିଛି ଖେବର ପଖ୍ତୁନଖ୍ବା ଅଞ୍ଚଳରେ। ଏହି ଘଟଣା ପରେ ପଖ୍ତୁନଖ୍ବା  ପୁଲିସ ପକ୍ଷରୁ କୁହାଯାଇଛି କି, ମୃତ ଆତଙ୍କବାଦୀ ତହରିକ ଏ ତାଲିବାନ ପାକିସ୍ତାନ ସଂଗଠନର ଥିଲା। ତାକୁ ଆଫଗାନିସ୍ତାନରୁ ପଠାଯାଇଥିଲା।

ବିସ୍ଫୋରଣ ପୂର୍ବରୁ ଆତ୍ମଘାତୀ ଆକ୍ରମଣକାରୀକୁ ସୁରକ୍ଷାବଳ ଘେରି ଗୁଳି ବର୍ଷା କରିବାରୁ ଆକ୍ରମଣକାରୀ ଦେହରେ ଥିବା ବିସ୍ଫୋଟକ ଫାଟିଯାଇଥିଲା। ଏଥିରେ ଅକ୍ରମଣକାରୀର ଖଣ୍ଡବିଖଣ୍ଡିତ ଶରୀର ଏଣେତେଣେ ଛିଞ୍ଚାଡି ହୋଇ ପଡିଥିଲା। ବିଶେଷ ସୂତ୍ରରୁ ସୂଚନା ପାଇ ପାକିସ୍ତାନୀ ପୁଲିସ ଆତ୍ମଘାତୀ ବିସ୍ଫୋରଣକାରୀକୁ ୱଜିରିସ୍ତାନ ଜିଲ୍ଲାରେ ଉଡାଇଦେଇଥିଲା।

 ଏଠାରେ ସୂଚନାଯୋଗ୍ୟ କି, ସମ୍ପ୍ରତି ପାକିସ୍ତାନରେ ଟିଟିପି ବହୁ ଆକ୍ରମଣ ଘଟାଇଚାଲିଛି। ୨୦୦୭ରେ ତିଆରି ହୋଇଥିବା ଏହି ସଂଗଠନର ଅଲ କାଏଦା ସହ ଘନିଷ୍ଠତା ରହିଛି। ନିକଟରେ ପେଶାୱରର ଏକ ମସ୍‌ଜିଦରେ ବିସ୍ଫୋରଣ କରିଥିଲା। ଯେଉଁଥିରେ ୧୦୦ରୁ ଅଧିକଙ୍କ ଜୀବନ ଯାଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ।

ସେହିପରି ଟିଟିପି ୨୦୦୮ରେ ଇସଲାମାବାଦର ମେରିଏଟ ହୋଟେଲରେ ଓ ୨୦୦୯ରେ ଆର୍ମି ହେଡକ୍ବାଟର ଉପରେ ଆକ୍ରମଣ କରିଥିଲା। ଟିଟିପି କରିଥିବା ଆକ୍ରମଣ ଭିତରୁ ସବୁଠାରୁ ଭୟଙ୍କର ଥିଲା ୨୦୧୪ର ପେଶାୱର ଆର୍ମି ସ୍କୁଲ ଉପରେ ହୋଇଥିବା ଆକ୍ରମଣ। ଏଥିରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୧ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *