ଝେଜିଆଙ୍ଗର ଦୈନିକ ସଂକ୍ରମଣ ୧ ମିଲିୟନ

Spread the love

ବେଜିଂ: ଚୀନର ସାଙ୍ଘାଇ ନିକଟବର୍ତ୍ତୀ  ଶିଳ୍ପାଞ୍ଚଳ ଝେଜିଆଙ୍ଗ ଏବେ ଦୈନିକ ଏକ ମିଲିୟନ ନୂଆ କରୋନା ସଂକ୍ରମଣ ସହ ଲଢୁଛି। ଆଗାମୀ ଦିନରେ ଏହା ଡବଲ ହେବ ବୋଲି ଆଞ୍ଚଳିକ ପ୍ରଶାସନ ପକ୍ଷରୁ ରବିବାର କୁହାଯାଇଛି। ତେବେ ଏତେ ସଂଖ୍ୟକ ସଂକ୍ରମଣ ସତ୍ତ୍ବେ ଶନିବାର ପର୍ଯ୍ୟନ୍ତ ୫ ଦିନ ଧରି କୌଣସି ନୂଆ ମୃତ୍ୟୁ ହୋଇନଥିବା କୁହାଯାଇଛି।

ତେବେ ଦେଶବ୍ୟାପୀ ସଂକ୍ରମଣ ରିପୋର୍ଟକୁ ଭୁଲ ବୋଲି କହୁଛି ବିଶ୍ବ। କାରଣ ଆସିମ୍ପଟୋମାଟିକ ସଂକ୍ରମଣକୁ ତାଲିକାଭୂକ୍ତ ନ କରିବାକୁ ଜାତୀୟ ସ୍ବାସ୍ଥ୍ୟ ଆୟୋଗ ଘୋଷଣା କରିଛି। ରବିବାର ଦିନ ଆୟୋଗ ଦୈନିକ ସଂକ୍ରମଣ ରିପୋର୍ଟିଂକୁ ବନ୍ଦ କରିଦେଇଥିବା ବେଳେ ସିଡିସି ପରେ ଏହାକୁ ପ୍ରକାଶ କରିଥିଲା।

ଆସିମ୍ପଟୋମାଟିକ ମାମଲା ଆସୁଥିବା କିଛି ସ୍ଥାନ ଭିତରେ ଝେଜିଆଙ୍ଗ ରହିଛି, ଯେଉଁଠି ସଂକ୍ରମଣ ଉଗ୍ର ରୂପ ନେଇଛି।  ଝେଜିଆଙ୍ଗ ସରକାର ପକ୍ଷରୁ କୁହାଯାଇଛି କି, ନୂଆ ବର୍ଷ ଆଖପାଖରେ ଝେଜିଆଙ୍ଗରେ ସଂକ୍ରମଣ ପିକ ନେବ। ଏହି ସମୟରେ ଦୈନିକ ସଂକ୍ରମଣ ୨ ମିଲିୟନକୁ ଛୁଇଁପାରେ।

ଝେଜିଆଙ୍ଗର ଲୋକସଂଖ୍ୟା ୬୫.୪ ମିଲିୟନ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୩,୫୮୩ ସଂକ୍ରମିତ ହୋଇ ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଛନ୍ତି ବୋଲି ସରକାରୀ ଭାବେ କୁହାଯାଉଥିବା ବେଳେ କିନ୍ତୁ ଝେଜିଆଙ୍ଗରେ ଗୋଟିଏ ଦିନରେ ୪,୦୮,୪୦୦ ଜଣ ଜ୍ବର ପାଇଁ ହସ୍ପିଟାଲ ଆସୁଛନ୍ତି, ଯାହା ସାଧାରଣ ସମୟଠାରୁ ୧୪ ଗୁଣା ଅଧିକ। ସେହିପରି, ଝେଜିଆଙ୍ଗର ରାଜଧାନୀ ହଙ୍ଗଝାଉକୁ ଆସୁଥିବା ମାମଲା ଗତବର୍ଷର ତିନିଗୁଣା ବୋଲି ହାଙ୍ଗଝାଉ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *