ପୂର୍ବ ଘୋଷଣାର ୨ଗୁଣା ହେବ ଆମାଜନ ଛଟେଇ

ଟ୍ବିଟର, ଗୁଗଲ, ଫେସବୁକ, ପେପ୍ସିକୋ ପରେ ଏବେ ଆମାଜନ ବଡ ସଂଖ୍ୟାରେ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାର୍ଲ୍ଡର ଏକ ରିପୋର୍ଟ ମୁତାବକ, ଆଗାମୀ ମାସରେ ଆମାଜନ ପ୍ରାୟ ୨୦ହଜାର କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବାକୁ ଯୋଜନା କରିଛି।

କମ୍ପ୍ୟୁଟର ୱାର୍ଲ୍ଡ ରିପୋର୍ଟ ମୁତାବକ, ଅନଲାଇନ ସପିଂ କମ୍ପାନୀ ଆମାଜନ ତାର ବିଭିନ୍ନ ବିଭାଗରୁ ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଯେଉଁଥିରେ ଡିଷ୍ଟ୍ରିବ୍ୟୁଶନ ୱାର୍କର, କର୍ପୋରେଟ ଏକ୍ଜିକ୍ୟୁଟିଭ ଓ ଟେକ୍ନିକାଲ ବିଭାଗ ସାମିଲ ହୋଇପାରେ।

ପୂର୍ବରୁ କୁହାଯାଇଥିଲା କି ଆମାଜନ ୧୦ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ଯାଉଛି। କିନ୍ତୁ ଏହାକୁ ମିଥ୍ୟା ପ୍ରମାଣିତ କରି କମ୍ପାନୀ ପ୍ରାୟ ୨୦ହଜାର କର୍ମଚାରୀଙ୍କୁ ବିଦା କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଯଦି ଏହା ହୁଏ ତେବେ କମ୍ପାନୀମାନଙ୍କ ଇତିହାସରେ ସବୁଠାରୁ ବଡ ଛଟେଇ ହେବ।

ସୂତ୍ର ମୁତାବକ, ଆମାଜନ ଶୀର୍ଷ କର୍ତ୍ତୃପକ୍ଷ ନିଜ ପରିଚାଳକମାନଙ୍‌କଠାରୁ କର୍ମଚାରୀଙ୍କ ପର୍ଫର୍ମାନ୍ସ ରିପୋର୍ଟ ମାଗିଛନ୍ତି। କମ୍ପାନୀ ଆଇନ ଅନୁସାରେ ଆମାଜନ କର୍ମଚାରୀଙ୍କୁ ବାହାର କରିବାର ୨୪ ଘଣ୍ଟା ପୂର୍ବରୁ ନୋଟିସ ଜାରି କରି ଅତିରିକ୍ତ ଭତ୍ତା ଦେଇ ବାହାର କରିବ। କରୋନା କାଳରେ କମ୍ପାନୀ ଓଭର ହାୟରିଂ କରିଥିଲା। ଏବେ ଅର୍ଥ କାଟ ପାଇଁ ଛଟେଇକୁ ଆପଣେଇବାକୁ ଯାଉଛି।

ଏହା ପୂର୍ବରୁ ଟ୍ବିଟର, ମେଟା, ମାଇକ୍ରୋସପ୍ଟ ପରି ବହୁ ବଡ ବଡ କମ୍ପାନୀ ସବୁ ବହୁ କର୍ମଚାରୀଙ୍କ ଛଟେଇ କରି ସାରିଛନ୍ତି। ଟ୍ବିଟର ପ୍ରାୟ ୩୫୦୦ କର୍ମଚାରୀଙ୍କ ଛଟେଇ କରିବା ପରେ କମ୍ପାନୀରୁ ବହୁ ସଂଖ୍ୟାରେ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇ ଦେଇଥିଲେ। ସେହିପରି ମେଟା ମଧ୍ୟ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *