ନୂଆଦିଲ୍ଲୀ: ୧୧ ସେପ୍ଟେମ୍ବର ୨୦୦୧। ଏହି ଦିନ, ବିଶ୍ବର ସର୍ବଶକ୍ତିଶାଳୀ ଆମେରିକା ଛାତିରେ ଆତଙ୍କୀ କରିଥିଲେ ଆକ୍ରମଣ। ନ୍ୟୁୟର୍କସ୍ଥିତ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ହୋଇଥିଲା ଆକ୍ରମଣ। ଏହି ଆକ୍ରମଣରେ ୩ ହଜାର ଲୋକଙ୍କ ଜୀବନ ଯାଇଥିଲା। ଏହି ଭୟଙ୍କର ଆକ୍ରମଣରେ ଥରି ଉଠିଥିଲା ସାରା ବିଶ୍ବ। ଏହାକୁ ଦୁନିଆର ସବୁଠାରୁ ଭୟଙ୍କର ଆତଙ୍କୀ ଆକ୍ରମଣରେ ଗଣାଯାଇଥାଏ। ଏହି ଆକ୍ରମଣକୁ ଆଜି ୨୧ ବର୍ଷ ପୂରା ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ଲେଡି ଜିଲ ବାଇଡେନ ତଥା ଉପରାଷ୍ଟ୍ରପତି କମଳା ହେରିସ ଏହି ଆକ୍ରମଣ ପୀଡିତଙ୍କୁ ସମ୍ମାନିତ କରିବେ ଓ ସେମାନଙ୍କ ସ୍ମରଣାଥେ ସାରା ଦେଶ ଯାତ୍ରା କରିବେ।
୧୧ ସପ୍ଟେମ୍ବର ୨୦୦୧ ସକାଳ ୮.୪୬ରେ ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ଭୟଙ୍କର ଆକ୍ରମଣ କରିଥିଲା ଅଲକାଏଦା ସଂଗଠନ। ଆକ୍ରମଣ ପୂର୍ବରୁ ୪ଟି ବିମାନକୁ ହାଇଜାକ କରିନେଇ ସେହି ବିମାନ ଦ୍ବାରା ଦେଶର ବିଭିନ୍ନ ଐତିହାସିକ ସ୍ଥାନରେ କରାଯାଇଥିଲା ଧକ୍କା। ପ୍ରଥମ ଆକ୍ରମଣ ୱାର୍ଡ ଟ୍ରେଡ ସେଣ୍ଟରର ଉତ୍ତର ଦିଗରେ ଥିବା ଟ୍ବାୱାରରେ ଧକ୍କା ହୋଇଥିଲା। ଠକ ୧୭ ମିନି ପରେ ୟୁନାଇଟେଡ ଏୟାର ଲାଇନ୍ସ ଫ୍ଲାଇଟ ୧୭ ଦକ୍ଷିଣ ଟାୱାରକୁ ଧକ୍କା ଦେଇଥିଲା। ୯ଟା ୩୭ରେ ଆମେରିକାନ ଏୟାରଲାଇନ୍ସ ଫ୍ଲାଇଟ ୭୭କୁ ୱାସିଂଟନ ସ୍ଥିତ ଆମେରିକୀୟ ରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନକୁ ଧକ୍କା ଦେଇଥିଲା। ୪ର୍ଥ ଫ୍ଲାଇଟ ୯୩ ହ୍ବାଇଟ ହାଉସକୁ ଧକ୍କା ଦେବାକୁ ଉଡାଣ ଭରିଥିବା ବେଳେ ଯାତ୍ରୀ ଓ ଆତଙ୍କୀଙ୍କ ମଧ୍ୟରେ ହାତାହାତି ହୋଇଥିଲା ଓ ବିମାନ ଉପରୁ ନିୟନ୍ତ୍ରଣ ହରାଇବସିଥିଲେ ପାଇଲଟ। ଫଳରେ ଏହା ପେନ୍ସିଲଭାନିଆର ସେଙ୍କସିଭିଲର ଏକ ପଡିଆରେ ଖସିପଡିଥିଲା।
ଏହି ଆକ୍ରମଣରେ ୨୯୭୭ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିଲେ ୧୯ ଜଣ ଆତଙ୍କୀ ମଧ୍ୟ ଥିଲେ। ବିମାନର ୨୪୬ ଯାତ୍ରୀ, ୱାର୍ଲ୍ଡ ଟ୍ରେଡ ସେଣ୍ଟର ଓ ଏହାର ଆଖ ପାଖରେ ଥିବା ୨୬୦୬ ଓ ପେଣ୍ଟାଗନରେ ଥିବା ୧୨୫ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଥିଲେ ସାଧାରଣ ନାଗରିକ।
ତେବେ ଏହି ଆକ୍ରମଣକୁ କ୍ଷମା କରିନଥିଲା ଆମେରିକା। ଜର୍ଜ ଡବ୍ଲୁ ବୁଶ ଆକ୍ରମଣର ଏକ ମାସ ଭିତରେ ଅଲକାଏଦା ଓ ଓସାମା ବିନ ଲାଡେନକୁ ହତ୍ୟା କରିବାକୁ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଲାଡେନକୁ ମାରିବା ସମ୍ଭବ ହୋଇ ନ ଥିଲା। ତେବେ ଘଟଣାର ୧୦ବର୍ଷ ପରେ ଆମେରିକା ସେନା ପାକିସ୍ତାନର ଏବଟାବାଦରେ ପଶି ରାତି ଅଧରେ ସ୍ପେସାଲ ଓ ସିକ୍ରେଟ ମିଶନରେ ଲାଡେନକୁ ମାରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now