ଜାପାନ ରାଜନୀତିର ବାଦସାହା ଥିଲେ ଆବେ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କର ଶୁକ୍ରବାର ଗୁଳିମାଡରେ ମୃତ୍ୟୁ ହୋଇଛି। ଜାପାନର ଅପର ହାଉସ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା। ସେଠାରୁ ତାଙ୍କୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କିନ୍ତୁ ତାଙ୍କ ମୃତ୍ୟୁ ହୋଇଛି।

ଆବେ ଥିଲେ ଜାପାନ ରାଜନୀତିର ବାଦସାହା।  ସେ ଜାପାନର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରୁ ଆସିଥିଲେ। ତାଙ୍କ ଜେଜେ ନୋବୁସୁକେ କିଶି ମଧ୍ୟ ଥିଲେ ଜାପାନର ପ୍ରଧାନମନ୍ତ୍ରୀ। ୧୯୯୩ ମସିହାରେ ଆବେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ୨୦୦୫ରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଡଜୁମୀଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ ଓ ତାଙ୍କୁ ଚିଫ କ୍ୟାବିନେଟ ସଚିବ ପରି ଗୁରୁତ୍ବପୂର୍ଣ୍ଣ ପଦ ମିଳିଥିଲା।

୨୦୦୬ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ତାଙ୍କ ସରକାର ବିରୋଧରେ ବିଭିନ୍ନ ସ୍କାଣ୍ଡାଲ ଆସିବାରୁ ତାଙ୍କ ଦଳ ଲିବରଲ ଡେମୋକ୍ରାଟିକ ଦଳ ଅପର ହାଉସରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲା। ସେହି ବର୍ଷ ସେପ୍ଟେମ୍ବର ମାସରେ ସେ ପଦଛାଡିଥିଲେ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ। ଏହା ପରେ ୨୦୧୨ରେ ଆବେ ପୁଣି ପ୍ରଧାନମନ୍ତ୍ରୀ ପଦ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ପୁଣି ସେ ୨୦୧୪ ଓ ୨୦୧୭ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଜାପାନ ଇତିହାସରେ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ରହିଛି ଆବେଙ୍କ ନାମରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *