୨୦୩୫ ସୁଦ୍ଧା ଚୀନର ପରମାଣୁ ଅସ୍ତ୍ର ପହଞ୍ଚିବ ୧୫୦୦ରେ

Spread the love

ବେଜିଂ: ପେଣ୍ଟାଗନ୍ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ। ୨୦୩୫ ସୁଦ୍ଧା ପ୍ରାୟ ୧,୫୦୦ ପରମାଣୁ ଅସ୍ତ୍ର ନିର୍ମାଣ କରିବା ନେଇ ଦାବି କରିଛି ଚୀନ୍ । ବର୍ତ୍ତମାନ ଚୀନର ଆଣବିକ ଅସ୍ତ୍ରଶସ୍ତ୍ରର ସଂଖ୍ୟା ପାଖାପାଖି ୪୦୦ ରହିଛି ।

ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୩୫ ସୁଦ୍ଧା ଚୀନର ପରମାଣୁ ଅସ୍ତ୍ର ଶସ୍ତ୍ର କ୍ଷମତା ୧୫୦୦କୁ ବୃଦ୍ଧି ପାଇବ। ଚୀନ୍ ନିଜର ଆଣବିକ ଶକ୍ତିର ଆଧୁନିକୀକରଣକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ୨୦୨୩ ସୁଦ୍ଧା ଜାତୀୟ ପ୍ରତିରକ୍ଷା ଏବଂ ସଶସ୍ତ୍ର ସେନାର ଆଧୁନିକୀକରଣ କରିବା ପାଇଁ ‘ପିପୁଲସ ଲିବରେସନ ଆର୍ମି’ ଯୋଜନା କରୁଛି।

ଏହାବ୍ୟତିତ ଚୀନ ମହାକାଶ ଯୁଦ୍ଧ ଓ ମୁକାବିଲା ନିମନ୍ତେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତି କରୁଛି। ବିଶ୍ୱର ବୃହତ୍ତମ ଚୀନ ସେନାରେ ୧ ନିୟୁତ ସୈନିକ ଅଛନ୍ତି। ଯୁଦ୍ଧପୋତ ସଂଖ୍ୟରେ ବି ଚୀନର ନୌସେନା ବିଶ୍ୱର ସବୁଠୁ ବଡ଼। ଚୀନ ବାୟୁସେନା ମଧ୍ୟ ବିଶ୍ୱର ତୃତୀୟ ବୃହତ ବାୟୁସେନା।

Leave a Reply

Your email address will not be published. Required fields are marked *