ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣରେ ୧୫ ମୃତ

Spread the love

କାବୁଲ: ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ। ନମାଜ ପାଠ ବେଳେ  ବିସ୍ଫୋରଣ ହୋଇ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୨୭ ଜଣ ଗୁରୁତର ହୋଇଛନ୍ତି ।  ଆଫଗାନିସ୍ତାନର ସମାଙ୍ଗନ ଅଧୀନ ଆଇବାକ ସହରର  ଏକ ମଦରାସା ଭିତରେ ଏହି ବିସ୍ଫୋରଣ ଘଟିଛି।

ଜଣେ ତାଲିବାନୀ ଅଧିକାରୀଙ୍କ ମୁତାବକ ଉତ୍ତର ଆଫଗାନିସ୍ତାନର ଏକ ମଦରାସାରେ ନମାଜ ପାଠ ବେଳେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଅଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ବିସ୍ଫୋରଣକୁ ନେଇ ତାଲିବାନ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟାକୋର କହିଛନ୍ତି ଯେ ଉତ୍ତର ସାମଙ୍ଗାନ ପ୍ରଦେଶର ରାଜଧାନୀ ଆଇବାକରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୌଣସି ସଂସ୍ଥା ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଆଇଏସ୍‌ଆଇଏସ୍‌ର ହାତ ଥିବା ସନ୍ଦେହ କରାଯାଉଛି।

ସୋସିଆଲ ମିଡିଆ ପୋଷ୍ଟରୁ ବିସ୍ଫୋରଣର ଭୟାବହତା ଜଣାପଡୁଛି। ହଲ ଚାରିଆଡେ ବିଛାଡି ହୋଇ ପଡିଛି ରକ୍ତ ଜୁଡୁବୁଡୁ ଓ କ୍ଷତବିକ୍ଷତ ମୃତଦେହ ସବୁ। ତେବେ ଏହି ଦୃଶ୍ୟ ଉତ୍ତଳନ କରିବାକୁ ଗଣମାଧ୍ୟମକୁ ମନା କରିଥିଲା ତାଲିବାନୀ ସରକାର।  

ଅଗଷ୍ଟ ମାସରେ କାବୁଲର ଏକ ମସଜିଦରେ ମଧ୍ୟ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୨୧ଜଣଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *