ଲାଗୋସ: ନାଇଜେରି୍ରର ଅନମ୍ବ୍ରା ରାଜ୍ୟରେ ନଦୀରେ ବନ୍ୟା ଆସବାରୁ ଏକ ଡଙ୍ଗା ଓଲଟି ୭୬ ଜଣଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି, ବୋଟଟି ଓଭର ଲୋଡ ଥିବାରୁ ଓଲଟି ପଡିଛି। ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀ।
ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି, ରାଜ୍ୟର ଓଗବରୁ ଅଞ୍ଚଳରେ ବନ୍ୟା ଆସିଥିଲା। ୮୫ ଜଣ ଏକ ବୋଟରେ ନିଆଯାଉଥିବା ବେଳେ ବୋଟ ଓଲଟି ପଡିବାରୁ ୭୬ ଜଣଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଆପାତକାଳୀନ ସେବା ଘୋଷଣା ସହ ପୀଡିତଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନାସନାଲ ଏମର୍ଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସର ଦକ୍ଷିଣପୂର୍ବ ସମନ୍ବୟ ଅଧିକାରୀ କହିଛନ୍ତି କି, ଜଳସ୍ତର ବହୁ ଉଚ୍ଚର ଥିଲା ଓ ଏକ ସୁଚାରୁ ଅନୁସନ୍ଧାନ ଓ ଉଦ୍ଧାର ଅଭିଯାନ ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଥିଲା। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ କରାଯାଇଛି।
ଅମ୍ବରାର ଗଭର୍ନର ଚାର୍ଲ୍ସ ସୋଲୁଡୋ ବନ୍ୟା ପ୍ରଭାବିତ ଅଞ୍ଚଳର ନିବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ଅନୁରୋଧ କରିଛନ୍ତି। ସୋଲୁଡୋ କହିଛନ୍ତି କି, ଏହି ବନ୍ୟା ସରକାର ଓ ଅମ୍ବରା ପାଇଁ ଏକ ପ୍ରହାର। ସେ ମୃତକଙ୍କ ପରିବାର ପ୍ରତି ସହାନଭୂତି ବ୍ୟକ୍ତ କରିଛନ୍ତି।
ବର୍ଷା ଋତୁ ଆରମ୍ଭରୁ ପଶ୍ଚିମ ଆଫ୍ରିକାର ୨୦୦ ମିଲିୟନରୁ ଅଧିକ ଲୋକଙ୍କ ଫସଲ ନଷ୍ଟ ହୋଇଯାଇଛି। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଓ ଲକ୍ଷ ଲକ୍ଷ ଲୋକ ବାସ ହରାଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now