ବେନେଜୁଏଲାରେ ଭୂସ୍ଖଳନ: ୨୨ ମୃତ, ୫୨ ନିଖୋଜ

Spread the love

କାରାକାଶ: ବେନେଜୁଏଲାରେ ପ୍ରବଳ ବର୍ଷା। ବର୍ଷା ପ୍ରଭାବରେ ଭୁସ୍ଖଳନ ଘଟି ୨୨ ଲୋକଙ୍କ ମୃତ୍ୟୁ ହେବା ସହ ଅନ୍ୟୁନ ୫୨ ଲୋକ ନିଖୋଜ ହୋଇଯାଇଛନ୍ତି। ନଦୀରେ ଭାରି ଜଳ ପ୍ରବାହ କାରଣରୁ ଭୂସ୍ଖଳନ ହୋଇଛି। ରବିବାର ଏନେଇ ଘୋଷଣା କରାଯାଇଛି କି, ଭାରି ବର୍ଷା ଯୋଗୁ ଏତେ ବଡ ଦୁର୍ଘଟଣା ହୋଇଛି। ଦକ୍ଷିଣ ଆମେରିକୀୟ ଦେଶରେ ହୋଇଥିବା ବର୍ଷା ରେକର୍ଡ କରିଛି।

ଉପରାଷ୍ଟ୍ରପତି ହେଲ୍ସି ରୋଡ୍ରିଗେଜ ଏହି ଭୂସ୍ଖଳନକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆମେ ଏଠାରେ ବହୁ କ୍ଷତିର ସମ୍ମୁଖୀନ ହୋଇଛୁ, ଅନେକଙ୍କ ଜୀବନ ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଲୋକଙ୍କ ମୃତ୍ୟୁ ସହ ୫୨ ଜଣ ନିଖୋଜ ଥିବା ସୂଚନା ରହିଛି। ନିଖୋଜ ମାନଙ୍କୁ ଖୋଜିବାକୁ ବେଲିବେରିୟନ ରାଷ୍ଟ୍ରୀୟ ସଶସ୍ତ୍ର ବଳର ୧୦୦୦ରୁ ଅଧିକ ଅଧିକାରୀ ନିୟୋଜିତ ହୋଇଛନ୍ତି।

ରବିବାର ଦିନ ଟେଲିଭିଜନ ବାର୍ତ୍ତାରେ ଉପରାଷ୍ଟ୍ରପତି ଡେଲ୍ସି କହିଛନ୍ତି, ରାଷ୍ଟ୍ରପତି ଏହି ବିପତ୍ତି ପାଇଁ ଆପଦା କ୍ଷେତ୍ର ଘୋଷଣା କରିବାକୁ ଯାଉଛନ୍ତି। ଏହି କ୍ଷତି ପାଇଁ ରାଷ୍ଟ୍ରପତି ତିନି ଦିନର ଶୋକ ଘୋଷଣା କରିଛନ୍ତି। ବର୍ଷା କାରଣରୁ ରାଜଧାନୀ କାରାକସଠାରୁ ପ୍ରାୟ ୬୦ କିମି ଦୂର ଲାସ ତେଜେରିୟାସ ସହର ନିକଟରେ ବହୁ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି।

Leave a Reply

Your email address will not be published. Required fields are marked *