ଚୀନ ମୁହଁରେ ଭାରତର ପ୍ରଶଂସା

Spread the love

ନୂଆଦିଲ୍ଲୀ: ଚୀନ ମୁହଁରେ ଭାରତର ପ୍ରଶଂସା। ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତର ଆଭିମୁଖ୍ୟକୁ ସ୍ବୀକାର କରିଛି ଚୀନ।  ଅନ୍ତରାଷ୍ଟ୍ରୀୟ ମାମଲାରେ ବ୍ରାଜିଲ, ଭାରତ ଓ ଦକ୍ଷିଣ ଆଫ୍ରିକାର ଅବସ୍ଥିତି ଓ ଭୂମିକାକୁ ଋଷ ଓ ଚୀନ ପ୍ରଶଂସା କରିଛନ୍ତି।

ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସର ବିଦେଶ ମନ୍ତ୍ରୀଙ୍କ ବୈଠକ ପରେ ଜାରି ଏକ ବୟାନରେ କୁହାଯାଇଛି। ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବ୍ରିକ୍ସ ଦେଶମାନଙ୍କ ବିଦେଶ ମନ୍ତ୍ରୀ ଗୁରୁବାର ନ୍ୟୁୟର୍କରେ  ଏକାଠି ହୋଇଥିଲେ। ବ୍ରାଜିଲ ବିଦେଶ ମନ୍ତ୍ରୀ କାର୍ଲୋସ ଅଲ୍ବର୍ଟୋ ଫ୍ରେଙ୍କୋ ଫ୍ରେଙ୍କ, ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋବ, ଭାରତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଚୀନ ବିଦେଶ ମନ୍ତ୍ରୀ ବାଙ୍ଗ ୟି ଓ ଦକ୍ଷିଣ ଆଫ୍ରିକା ଗଣରାଜ୍ୟର ଅନ୍ତର୍ରାଷ୍ଟ୍ରୀୟ ମନ୍ତ୍ରୀ ନଲେଦି ପୈଣ୍ଡର  ଏହି ବୈଠକରେ ସାମିଲ ହୋଇଥିଲେ।

ବୈଠକ ପରେ ଜାରି ବୟାନ ଅନୁଯାୟୀ, ବ୍ରିକ୍ସ ମନ୍ତ୍ରୀମାନେ ୨୦୨୧-୨୦୨୨ ଓ ୨୦୨୨-୨୦୨୩ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସଦସ୍ୟ ଭାବେ ବ୍ରାଜିଲ ଓ ଭାରତର ଭୂମିକାକୁ ପ୍ରଶଂସା କରିଛନ୍ତି। ଏଥିରେ କୁହାଯାଇଛି କି, ବ୍ରିକ୍ସର ୪ଟି ସଦସ୍ୟ ଦେଶ ସାମ୍ପ୍ରତିକ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ତଥା ପାରସ୍ପରିକ ହିତ କ୍ଷେତ୍ରରେ ନିରନ୍ତର ସହଯୋଗ କରିବାକୁ ଆପୋଷ ଆଲୋଚନା କରୁଛନ୍ତି।

ଏହି ଅବସରରେ ଚୀନ ଓ ଋଷ ବ୍ରାଜିଲ, ଦକ୍ଷିଣ ଆଫ୍ରିକା ସମୁଦାୟ ତଥା ଭାରତର ଭୂମିକା ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଓ ପ୍ରଶଂସାଯୋଗ କହିଛନ୍ତି। ସଂଯୁକ୍ତ ରାଷ୍ଟ୍ରରେ ଭାରତ ବଡ ଭୂମିକା ତୁଲାଇବ ବୋଲି ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *