ଗୋଟାବାୟାଙ୍କ ଘର ପାଲଟିଛି ପିକନିକ ସ୍ପଟ

Spread the love

କଲମ୍ବୋ: ରାଷ୍ଟ୍ରପତି ଗୋୟାବାୟା ରାଜପାକ୍ଷେଙ୍କ ଭବନରେ ବିଳାସପୂର୍ଣ୍ଣ କାର । ଗୋଟିଏ ପଟେ ଲୋକଙ୍କ ପାଖରେ ଖାଇବାକୁ ନାହିଁ ଆଉ ଏପଟେ ରାଷ୍ଟ୍ରପତିଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ। ପାର୍କିଙ୍ଗିରେ ରଖାଯାଇଥିଲା ୫୦ ଟି କାରର ଦାମ ୫୦ କୋଟି ଟଙ୍କା ହେବ । କେବଳ କାର ନୁହେଁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଗୋୟାବାୟ ରାଜପାକ୍ଷେଙ୍କ ବିଳାଶମୟ ଜୀବନ ଶୈଳୀର ଚିତ୍ର ସାମନାକୁ ଆସିଛି ।

ଗୋଟିଏ ପଟେ ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ ଜାରି ରହିଥିବା ବେଳେ ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀଙ୍କ ହାତରେ ଲାଗିଛି ପାଖାପାଖି ୨ କୋଟି ଟଙ୍କା । ଟଙ୍କା ପାଇବା ପରେ ପ୍ରବିକ୍ଷୋଭକାରୀମାନେ ଟଙ୍କା ଗଣିବାର ଭିଡିଓ ଭାଇରାଲ ହେଉଛି ।

ବଡ କଥା ହେଉଛି ଟଙ୍କା ହାତରେ ଲାଗିବା ପରେ ସଚ୍ଚୋଟତା ଦେଖାଇଛନ୍ତି ପ୍ରର୍ଶନକାରୀ । ରାଷ୍ଟ୍ରପତି ଭବନରୁ ମିଳଥିବା ୨ କୋଟି ଟଙ୍କାକୁ ପ୍ରଦର୍ଶନକାରୀ ମାନେ ସେନା ନିକଟରେ ଜମା କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ଆଉ ଏକ ଦୃଶ୍ୟ ସାମନାକୁ ଆସିଛି। ରାଷ୍ଟ୍ରପତି ଭବନରେ ଥିବା ଲାଇବ୍ରେରୀରୁ ବହି ଗୁଡିକ ବୋହି ନେଉଛନ୍ତି ପ୍ରଦର୍ଶନକାରୀ ।ଲାଇବ୍ରେରୀ ବହି ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି ।

ରାଷ୍ଟ୍ରପତି ଭବନରେ ପଶି ବିକ୍ଷୋଭକାରୀ ସ୍ବିମିଂ ପୁଲରେ ପହଁରିବା ସହ ପିଆନୋ ବଜାଇ, ରୋଷେଇ କରି ଖାଇବାର ମଜା ନେଉଛନ୍ତି। ରାଷ୍ଟ୍ରପତିଙ୍କ ସବୁ ଜିନିଷର ମଜା ନେଉଛନ୍ତି ବିକ୍ଷୋଭକାରୀ। ବେଡରୁମ ରେ ଶୋଇ ସେଲ୍ଫି  ନେବା ସହ ଜିମରେ  ୱାର୍କଆଉଟ କରୁଛନ୍ତି। ଗୋଟାବାୟାଙ୍କ ରାଜଭବନ ଏବେ ପାଲଟିଛି ବିକ୍ଷୋଭକାରୀଙ୍କ ପିକନିକ ସ୍ପଟ ଯେମିତି।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *