ହିଜାବ: ଆମେରିକା ଉପରେ ଇରାନର ପ୍ରତିବନ୍ଧକ

Spread the love

ତେହରାନ: ହିଜାବ ମାମଲାକୁ ନେଇ ଇରାନର ଆମେରିକା ଉପରେ ପ୍ରତିବନ୍ଧକ। ଏହି ମାମଲାରେ ମାନବାଧିକାର ଉଲ୍ଲଙ୍ଘନ, ଇରାନର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ ତଥା ଇରାନରେ ହିଂସା ତଥା ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ ଆଣି ଇରାନ ସରକାର ୧୦ ଆମେରିକୀୟ  ନାଗରିକ ତଥା ୪ ଆମେରିକୀୟ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏସମ୍ପର୍କରେ ଇରାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ନିଜ ୱେବସାଇଟରେ ଏକ ବୟାନ  ଜାରି କରାଯାଇ ଆମେରିକା ଦ୍ବାରା ଦେଶରେ ମାନବାଧିକାର ଉଲ୍ଲଙ୍ଘନ ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ କରାଯାଇଛି। ତେଣୁ ୧୦ ଆମେରିକୀୟ ନାଗରିକ ଓ ୪ ସଂସ୍ଥା ଉପରେ ସରକାର ପଦକ୍ଷେପ ନେଇଥିବା କୁହାଯାଇଛି।

ଇରାନ ପ୍ରତିବନ୍ଧକ ଲଗାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ’ର କମାଣ୍ଡର ମାଇକଲ କୁରିଲ୍ଲା, ଡେପୁଟି କମାଣ୍ଡର ଗ୍ରେଗରୀ ଗେଲୋଟ, ଆମେରିକା ଅର୍ଥ ବିଭାଗର ଉପସଚିବ ବେଲି ଏଡେମୋ ମଧ୍ୟ ରହିଛନ୍ତି।  ସେହିପରି ୟୁନାଇଟେଡ ଅଗେଷ୍ଟ ନ୍ୟୁକ୍ଲିୟର ଇରାନ, ସେଣ୍ଟ୍ରାଲ ଇଣ୍ଡେଲିଜେନ୍ସ ଏଜେନ୍ସ, ନୌବି ବାୟୁ ସେନା ଓ ନାସନାଲ ଗାର୍ଡ ଅଫ ୟୁନାଇଟେଡ ଷ୍ଟେଟ୍ସକୁ ବି ସାମିଲ କରାଯାଇଛି।

ଏହି ପ୍ରତିବନ୍ଧକ ଫଳରେ ଏହି ବ୍ୟକ୍ତିମାନେ ଇରାନର ଭିଜା ପାଇବା ଓ ଇରାନକୁ ପ୍ରବେଶ କରିବା ସମ୍ଭବ ହେବ ନାହିଁ। ଏଥିସହ ଇରାନରେ ଏମାନଙ୍କ ଥିବା ସମ୍ପତ୍ତି ଓ ବ୍ୟାଙ୍କ ଖାତାକୁ ମଧ୍ୟ ଫ୍ରିଜ କରାଯିବ।

Leave a Reply

Your email address will not be published. Required fields are marked *