ମାଲେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଧମକ

Spread the love

ମାଲେ: ମାଲଦୀପରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ନିଆଁ ଲଗାଇ ଦେବାକୁ ଓ ତା ଉପରେ ଆକ୍ରମଣ ଆହ୍ବାନକୁ ନିନ୍ଦା କରିଛି ମାଲଦୀପ ସରକାର। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଏହାର ତଦନ୍ତ କରାଯାଉଛି ଓ ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମାଲଦୀପ ସରକାର। କୂଟନୀତିଜ୍ଞଙ୍କ ସୁରକ୍ଷାକୁ ବାଧିତ କରିବା ଓ ଜନତାଙ୍କ  ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଲକ୍ଷ୍ୟରେ ଉଦ୍ଦିଷ୍ଟ  ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି। ମାଲଦୀପରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିବାକୁ  ଶୁକ୍ରବାର ସେଠାକାର ରାଜନେତା ଅବ୍ବାଜ ଅଦିଲ ରାଜା ଆହ୍ବାନ ଦେବା ପରେ ସୃଷ୍ଟି ହୋଇଥିଲା ବିବାଦ।  

ଅବ୍ବାଜ ଇସଲାମିକ ପଲିଟିକାଲ ପାର୍ଟି ପିପିଏମର ସଦସ୍ୟ। ସେ ଶୁକ୍ରବାର ଟ୍ବିଟ କରି ଉଲ୍ଲେଖ କରିଥିଲେ କି, ୮ ଫେବ୍ରୁଆରିରେ ଅଦ୍ଦୁରେ ହୋଇଥିବା ଅଗ୍ନିକାଣ୍ଡ ଭାରତ ନିର୍ଦ୍ଦେଶରେ ଥିଲା। ଆମେ ଏପର୍ଯ୍ୟନ୍ତ ଏହାର ପ୍ରତିଶୋଧ ନେଇ ନାହୁଁ। ତେଣୁ ଭାରତୀୟ ହାଇ କମିଶନରୁ ଆମେ ଏହାର ଆରମ୍ଭ କରିବାକୁ ମୁଁ ପ୍ରସ୍ତାବ ଦେଉଛି ଲେଖିବା ସହ ଟ୍ବିଟରେ ହାସଟ୍ୟାଗ ଇଣ୍ଡିଆଆଉଟ ଉଲ୍ଲେଖ କରିଥିଲେ। ୨୦୧୨ ଫେବୃଆରୀ ୮ରେ ତତ୍କାଳୀନ ରାଷ୍ଟ୍ରପତି ମହମ୍ମଦ ନସିଦଙ୍କୁ ବଳପୂର୍ବକ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ଏହି ଘଟଣାରେ ବଦ୍ଦୁରେ ହିଂସାକାଣ୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *