ବ୍ରିଟେନରେ ସବୁ ରେକର୍ଡ ଭାଙ୍ଗିଛି ପାରଦ

Spread the love

ବ୍ରିଟେନରେ ସବୁ ରେକର୍ଡ ଭାଙ୍ଗିଛି ପାରଦ । ପ୍ରଥମ ଥର ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ସେଲସିୟସ ରହିଛି । ପ୍ରତି ତିନି ବର୍ଷରେ ଥରେ ବ୍ରଟିନରେ ଗ୍ରୀଷ୍ମ ଲହର ରେ ଭାଜି ହୁଏ । ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ୨୦୧୯ ଜୁଲାଇ ସର୍ବାଧିକ ତାପମାତ୍ରା ୩୮.୭ ରହିଥିଲା । ୟୁରୋପରେ ଜାରି ରହିଥିବା ଗ୍ରୀଷ୍ମ ଲହର ଏବେ ଉତ୍ତର ମୁହାଁ ହେଉଥିବା ଜଣାପଡିଛି । ସେପଟେ ଗ୍ରୀସ, ଫ୍ରାନସ୍ , ନେଦରଲ୍ୟାଣ୍ଡ ,ପର୍ତ୍ତୁଗାଲ, ଷ୍ପେନ ଭଳି ୟୁରୋପୀୟ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପର୍ତ୍ତୁଗାଲରେ ପାଦ ୪୭ ଡିଗ୍ରି ପାର କରିଛି । ଫ୍ରାନସରୁ ବର୍ତ୍ତମାନ ୩୦ ହଜାରରୁ ଉର୍ଧ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀ ରେ ରଖାଯାଇଛି । ଫ୍ରାନସର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଗିରଡେ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଜଙ୍ଗଲ ନିଆଁ ବ୍ୟାପୁଛି ।

ଏ ପର୍ଯ୍ୟନ୍ତ ୪୭ ହଜାର ଏକର ଜଙ୍ଗଲ ପୋଡି ପାଉଶଁ ହୋଇଗଲାଣି । ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ ବ୍ରିଟେନର ବିଭିନ୍ନ ଭାଗରେ ବିମାନ ବନ୍ଦରରେ ରନୱେ ଏବେ ତରଳିବାକୁ ଲାଗିଛି । ବ୍ରିଟେନ ବ୍ୟତୀତ ଫ୍ରାନସ୍, ଜର୍ମାନୀ, ସ୍ୱିଜରଲାଣ୍ଡ, ଭଳି ଅନେକ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ । ଏହା ଛଡା ବହୁ ଡଙ୍ଗଲରେ ନିଆଁ ଲାଗି ସ୍ଥିତି ଅଧିକ ଦୁର୍ବିଶହ ହୋଇପଡିଛି । ଗ୍ରୀଷ୍ମ ପ୍ରବାହର ପ୍ରଭାବ କ୍ରିକେଟ ଉୁପରେ ପଡିଛି । ପଡିଆ ଭିତରେ ୭ ଘଣ୍ଟା କଟାଇବା ଖେଳାଳୀଙ୍କ ପାଇଁ କଷ୍ଟକର ହୋଇପଡିଛି । ଇଂଲଣ୍ଡ ଦକ୍ଷିଣଆଫ୍ରିକା ମ୍ୟାଚ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ପୁରା ମ୍ୟାଚରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *