heat wave

  • ତତଲା ତାଓ୍ୱା ପାଲଟିଛି ସାରା ଓଡ଼ିଶା

    HEAT WAVE VS IMPACT..PKG..PRADEEP/BBSR

    () ପ୍ରଚଣ୍ଡ ଖରାରେ ତତଲା ତାଓ୍ୱା ପାଲଟିଛି ସାରା ଓଡ଼ିଶା। ତାତିରୁ ତ୍ରାହି ମିଳୁନି। ପଣା ସଂକ୍ରାନ୍ତିରେ ତ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇଛି। ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୦ ଡିଗ୍ରୀ ପାଖାପାଖି ଚାଲିଯାଇଥିଲା ପାରଦ। ୧୫ ତାରିଖ ପରେ ରାଜ୍ୟରେ ତାତି କମିବ ବୋଲି ଯଦିଓ ଆଶ୍ୱସ୍ତିକର ଖବର ଦେଇଛି ପାଣିପାଗ ବିଭାଗ। ତେବେ ଏସଆରସି ବି ସତର୍କ କରିଦେଇଛନ୍ତି ଯେ, ଜରୁରୀ କାମ ନଥିଲେ ଦିନ ବେଳା ଘରୁ ବାହାରନ୍ତୁନି।

    ତତଲା କଡ଼େଇ ପାଲଟିଛି ସାରା ଓଡ଼ିଶା ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ସବୁଠି ଅସହ୍ୟ ତାତି। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ରାସ୍ତାଘାଟ ପୁରା ଶୂନଶାନ୍ ହୋଇଯାଉଛି। ତାତିରେ ନିଇତି ନୂଆ ରେକର୍ଡ ସୃଷ୍ଟିରେ ଲାଗିଛି ଓଡ଼ିଶା। ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୪୦ ଡିଗ୍ରୀ ପାଖାପାଖି ଚାଲିଯାଇଥିଲା। ୧୬ ତାରିଖ ଯାଏ ସ୍କୁଲ ବନ୍ଦ ଥିଲେ ବି ଖରାକୁ ଦେଖି ପୁଣି ଛୁଟି ଅବଧି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଦେଖି ସତର୍କ କରାଇଛନ୍ତି ଏସଆରସି। ଅତି ଖରା ସମୟରେ ଯେଭଳି କୌଣସି ଶ୍ରମିକ ନିର୍ମାଣ କାମରେ ଲାଗିବେନି, ସେ କଥାକୁ ନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ଏସଆରସି। ପିକ୍ ସମୟ ଭିତରେ ଜରୁରୀ କାମ ନଥିଲେ ପଦାକୁ ବାହାରନ୍ତୁନି ବୋଲି ଲୋକଙ୍କୁ ନିବେଦନ କରିଛନ୍ତି ଏସଆରସି।

    ୧୫ ତାରିଖ ପରେ ରାଜ୍ୟରେ ତାତି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଉପରକୁ ଚାଲିଯାଇପାରେ ବୋଲି ଆଶଙ୍କା କରିଛି। ଗୁରୁବାର ତ ବାରିପଦା ସହର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ସାଜିଥିଲା ୪୩. ଡିଗ୍ରୀ ସେଲସିୟସ ସହ ଏହି ବିରଳ ରେକର୍ଡ କରିଛି ବାରିପଦା ବିଶ୍ୱସ୍ତରୀୟ ପାଣିପାଗ ସଂସ୍ଥା ଏଲଡେରାଡୋ ଏହି ସୂଚନା ଦେଇଛି। ଏଭଳି ପରିସ୍ଥିତିରେ ଅଂଶୁଘାତ ଜନିତ ମୃତ୍ୟୁର ଅଭିଯୋଗ ନୂଆପଡ଼ା ଓ ଭଦ୍ରକରୁ ଆସିଛି।

     ଡହ ଡହ ଖରାରେ ସିଝୁଛି ପୁରା ଓଡ଼ିଶା। କେନ୍ଦୁଝର, ସମ୍ୱଲପୁର, ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱର, ପୁରୀ ସବୁଠି ପାରଦ ଉପରମୁହାଁ। ରାଜସ୍ୱ ମନ୍ତ୍ରୀ ବି ପରିସ୍ଥିତିର ସମୀକ୍ଷା କରିଛନ୍ତି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ

    HEATWAVE OVERALL_PKG_7PM

    () ରାଜ୍ୟରେ ଏବେ ପ୍ରଚଣ୍ଡ ରୌଦ୍ରତାପ। ନିଆଁର ଧାସରେ ସିଝୁଛି ସାରା ଓଡିଶା। ଦିନ ୨.୩୦ ସୁଦ୍ଧା ରାଜଧାନୀରେ ୪୦.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୧.୧ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ୪୦ ଡିଗ୍ରୀ ଉପରେ ରହିଛି ୫ ସହରର ତାପମାତ୍ରା । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

    ରାଜ୍ୟରେ ଏବେ ଅସହ୍ୟ ତାତି ଫଳରେ ଅସ୍ତବ୍ୟସ୍ତ ଜନଜୀବନ ଘରୁ ବାହାରିବା ହୋଇପଡିଛି ମୁସ୍କିଲ ନିଆଁର ଧାସରେ ସିଝୁଛି ସାରା ଓଡିଶା ଦିନ ୨.୩୦ ସୁଦ୍ଧା ରାଜଧାନୀରେ ୪୦.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ତାତିରେ ଜଳୁଛି ବିଭିନ୍ନ ଜିଲ୍ଲା। ୪୧. ଡିଗ୍ରୀ ସହ ଝାରସୁଗୁଡା ପାଲଟିଛି ସବୁଠୁ ଉତ୍ତପ୍ତ ସହର ସେହିପରି ସମ୍ୱଲପୁରରେ ୪୧.୨ଡିଗ୍ରୀ, ଚାନ୍ଦବାଲି ହୀରାକୁଦରେ ୪୦ଡିଗ୍ରୀ, କେନ୍ଦୁଝରରେ ୩୯. ଡିଗ୍ରୀ ତାପମାତ୍ରା ରହିଛି। ଦିନକୁ ଦିନ ତାତି ବଢିବାରେ ଲାଗିଥିବା ବେଳେ ବାଲେଶ୍ୱରରେ ୩୯ ଡିଗ୍ରି ତାପମାତ୍ରା ରହିଛି । ଦିନ ୧୧ ଟା ସୁଦ୍ଧା ରାସ୍ତାଘାଟ, ବଜାର ଅଞ୍ଚଳ ଶୁନଶାନ ହେଇଯାଇଥିବା ଦେଖିବାକୁ ମିଳିଛି। ଗୋପାଳପୁର ଅଂଚଳରେ ତାପମାତ୍ରା 39.1 ରହିଛି ଯାଜପୁର ଜିଲାରେ ଗରମ ରୁ ତ୍ରାହି ପାଇବା ପାଇଁ ଲୋକେ,ଆଖୁ ରସ,ତରଭୁଜ ଏବଂ ପଇଡ ଉପରେ ନିର୍ଭର କରୁଛନ୍ତି। ଚାଷ ପାଇଁ ମୌସୁମି ବର୍ଷା କୁ ଚାହିଁ ବସିଛନ୍ତି ଜିଲ୍ଲାବାସୀ।

    ଆକାଶ କୁ ମୁହଁ ଉଠାଇ ଦେଖାଇ ହେଉନାହିଁ l ଘରୁ ପଦାକୁ ବାହାରି ହେଉନାହିଁ l କାରଣ ସୂର୍ଯ୍ୟ ଦେବତା ଙ୍କ କୋପ ପଡିଛି ଟିଟିଲାଗଡ଼ ଭାବରେ ପରିଚିତ ତତଲାଗଡ଼ ସହର ଉପରେ l ଏବେ ସହରର ପାରଦ 41 ଡିଗ୍ରୀ ଉପରେ କୁହାଯାଉଥିବା ବେଳେ ବେସରକାରୀ ସ୍ତରରେ ଏବେ ପାରଦ 44 ଡିଗ୍ରୀ ଉପରେ l ଘରୁ ବାହାରକୁ ବାହାରିବା ମାତ୍ରକେ ଦେହ ହାତ ଗୋଡ଼ ପୋଡିଗଲା ଭଳି ଲାଗୁଛି l l ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଛତା, ଗାମୁଛା, ସ୍କ୍ରlପ ଘୋଡେଇ ହୋଇ ବାହାରୁଥିବା ବେଳେ ତାତି ରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡା ପାନୀୟ ଦ୍ରବ୍ୟ, ଲସି, ତରଭୁଜ, ଆଇସକ୍ରିମ ଉପରେ ନିର୍ଭର କରୁଛନ୍ତି…

    ସେପଟେ ଗ୍ରୀଷ୍ମପ୍ରବାହ ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।  ଶ୍ରମିକ ମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା ଯାଏଁ କାମ କରିବାକୁ ନିର୍ଦେଶ ରହିଛି । ଯାହାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ଶ୍ରମିକ ମାନଙ୍କ ପାଇଁ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟ ସ୍ଥଳୀ କରିବେ। ସ୍କୁଲ ଅଙ୍ଗନୱାଡି କେନ୍ଦ୍ର ଏପ୍ରିଲ ୧୬ତାରିଖ ଯାଏଁ ବନ୍ଦ ହୋଇଛି । ପରିସ୍ଥିତି ଦେଖି ଆଗକୁ ନିଷ୍ପତି ନିଆଯିବ । ବସ ଚଳାଚଳ ନେଇ ପରିବହନ ବିଭାଗ ମଧ୍ୟ ସଜାଗ ରହିଛି । ବସ ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ କରାଯାଇଛି। ସକାଳ ୧୧ଟାରୁ ଦିନ ୩ଟା ଭିତରେ ରୁଟର ସମୟ ପରିବର୍ତ୍ତନ କରିବାକୁ କୁହାଯାଇଛି । ବସରେ ବରଫ, ORS, ପାଣି ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

    ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଛତା, ଗାମୁଛା, ସ୍କ୍ରlପ ଘୋଡେଇ ହୋଇ ବାହାରୁଥିବା ବେଳେ ତାତି ରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡା ପାନୀୟ ଦ୍ରବ୍ୟ, ଲସି, ତରଭୁଜ, ଆଇସକ୍ରିମ ଉପରେ ନିର୍ଭର କରୁଛନ୍ତି। ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇଦେବାକୁ ଦାବି ହୋଇଛି। 

    ବ୍ୟୁରୋ ରିପୋର୍ଟ

  • ଆକାଶରୁ ବର୍ଷୁଛି ନିଆଁ ଆହୁରି ବଢିବ ତାତି

    TEMPRETURE_PKG_7PM

    ରାଜ୍ୟରେ ଏବେ ପ୍ରଚଣ୍ଡ ରୌଦ୍ରତାପ। ଆକାଶରୁ ବର୍ଷୁଛି ନିଆଁ। ଆଗକୁ ଆହୁରି ବଢିବ ତାତି । ୧୩ ରୁ ୧୫ ତାରିଖ ଯାଏଁ ହିଟ ୱେଭ ଆଲର୍ଟ ଜାରି କରିବା ସହ ସତର୍କ କରାଇଛି ପାଣିପାଗ ବିଭାଗ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଅତିକ୍ରମ କରିଛି ରାଜଧାନୀ ତାତି। ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ।

    ରାଜ୍ୟରେ ଏବେ ଅସହ୍ୟ ତାତି ଫଳରେ ଅସ୍ତବ୍ୟସ୍ତ ଜନଜୀବନ ଘରୁ ବାହାରିବା ହୋଇପଡିଛି ମୁସ୍କିଲ। ୧୩ ରୁ ୧୫ ତାରିଖ ଯାଏଁ ହିଟ ୱେଭ ଆଲର୍ଟ ଜାରି କରିବା ସହ ସତର୍କ କରାଇଛି ପାଣିପାଗ ବିଭାଗଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି। ୪ ଦିନ ମଧ୍ୟରେ ତାପମାତ୍ରା ଆହୁରୀ ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାସହ ପଶ୍ଚିମ ଏବଂ ଆଭ୍ୟନ୍ତରିଣ ସମେତ ଉପକୂଳ ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ଘଟିବ । ଅନ୍ୟପଟେ ଆଜି ଦିନ ଟା ୩୦ ସୁଦ୍ଧା ରାଜଧାନୀରେ ୪୦. ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ୧୩ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ  ଏବଂ ୧୫ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ପ୍ରବଳ ଖରାକୁ ନଜରରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

    ସେପଟେ ତାତିରେ ଜଳୁଛି ବିଭିନ୍ନ ଜିଲ୍ଲାଯାଜପୁରରେ ସମସ୍ତ ବ୍ଲକରେ ଜଳଛତ୍ର ଖୋଲିବାକୁ ଦାବି ହୋଇଛି l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଂଶୁଘାତ ମୁକାବିଲା ନେଇ ପ୍ରସ୍ତୁତ ଥିବା ଯାଜପୁର ସିଡିଏମଓ ସୂଚନା ଦେଇଛନ୍ତି। ସେହିପରି ପ୍ରବଳ ତାତିରେ  ଅତିଷ୍ଠ ବାଙ୍କୀ ଅଞ୍ଚଳର ଜନସାଧାରଣ। ବାଙ୍କୀ ଏନଏସି ତରଫରୁ ମୁଖ୍ୟ ରାସ୍ତା କଡ଼ ହେଉ କି କୌଣସି ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକ ନିକଟରେ ଜଳଛତ୍ରର ବ୍ୟବସ୍ଥା ହୋଇନଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ରାୟଗଡା ଜିଲ୍ଲାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗତ ଦୁଇଦିନ ଧରି ବିଷମକଟକ ବ୍ଲକରେ ପ୍ରବଳ ଖରା ସାଙ୍ଗକୁ ସହରରେ ତାପମାତ୍ର ଉପରମୁହାଁ ରହୁଛି ।

    ଅନ୍ୟପଟେ ଅସହ୍ୟ ଖରା ଭିତରେ ଆସିଲା ଆଶ୍ୱସ୍ତି ଜନକ ଖବରଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଦେଶର ସ୍ୱାଭାବିକ ବର୍ଷା ୮୭ ସେଣ୍ଟିମିଟରର ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ଆଇଏମ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

    ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇଦେବାକୁ ଦାବି ହୋଇଛି। 

    ବ୍ୟୁରୋ ରିପୋର୍ଟ

  • ଜୁନ ମାସ ପର୍ଯ୍ୟନ୍ତ ରହିବ ତାତି

    () ଦିନରେ ବଢୁଛି ତାପମାତ୍ରା, ଆଉ ରାତିରେ ବଢୁଛି କୁହୁଡି l ଫେବ୍ରୁଆରୀ ମାସରୁ ହେଉଛି ଅସହ୍ୟ ତାତି l ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି l ୮ ବର୍ଷ ଭିତରେ ଭୁବନେଶ୍ୱରରେ ୫ମ ସର୍ବାଧିକ ତାତି ରେକର୍ଡ ହୋଇଥିବା ବେଳେ ଆଗକୁ  ପୁଣି ପାରଦ ବଢିବାର ଅନୁମାନ କରିଛି ପାଣିପାଗ ବିଭାଗ l

    ଫଗୁଣରେ ବୈଶାଖର ତାତି । ଆଗକୁ ଝାଞ୍ଜି ବହିବା ସହ ଉପାନ୍ତରୁ ଉପକୂଳ ସ୍ଥିତି ହେବ ସଙ୍ଗୀନ l ଫେବ୍ରୁଆରୀ ମାସରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ l ସ୍ବାଭାବିକ ତାପମାତ୍ରା ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ତାପମାତ୍ରା । ରାଜଧାନୀ ଭୁବନେଶ୍ବରରେ ସ୍ଥିତି ଏବେଠୁ ଅସମ୍ଭାଳ ହୋଇପଡିଲାଣି। ଫଗୁଣ ଆରମ୍ଭରୁ ଝାଞ୍ଜି ପବନ ଅନୁଭବ କଲେଣି ଲୋକେ । ମାର୍ଚ୍ଚ ମାସରେ ଭୁବନେଶ୍ୱର ବିଶ୍ୱର ଉତ୍ତପ୍ତ ସହର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି l ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ 40 ଡିଗ୍ରୀ ଡେଇଁପାରେ ପାରଦ l

    ଅନ୍ୟପଟେ ଏସଆରସି ପକ୍ଷରୁ ଘନ  କୁହୁଡି ନେଇ ଜାରି ହୋଇଛି ଆଡ଼ଭାଇଜରୀ l  ରାଜ୍ୟର 11 ଟି ଜିଲ୍ଲାରେ ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ରହିଛି l କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ, ଅନୁଗୁଳ, ଗଞ୍ଜାମ ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦେଶl ବିଳମ୍ବିତ ରାତିରେ ରାସ୍ତାରେ ଯାତାୟତ କରୁଥିବା  ଗାଡି ଗୁଡିକ ଉପରେ  ନଜର  ରଖିବା ପାଇଁ ପୋଲିସ ଏବଂ ଟ୍ରାନ୍ସପୋର୍ଟ ଅଫିସରଙ୍କୁ ଏସ ଆର ସି ପକ୍ଷରୁ ନିର୍ଦେଶନାମା ହୋଇଛି l ନଭେମ୍ବର ମାସରୁ  ଏଯାଏଁ ରାଜ୍ୟରେ ବର୍ଷା ହୋଇନଥିବାରୁ  ବୃଦ୍ଧି ପାଇବାରେ  ଲାଗିଛି  ତାପମାତ୍ରା l

    ଅସହ୍ୟ ତାତିରେ ସାଧାରଣ ଜନଜୀବନ ହୋଇପଡିଛି  ଅତିଷ୍ଠ l ଫେବୃଆରୀ ଦ୍ଵିତୀୟ ସପ୍ତାହରୁ ଘରୁ  ବାହାରିଲେ ଫେରିଲା ବେଳକୁ  ସ୍ଥିତି ଅସମ୍ଭାଳ ହୋଇପଡିଲାଣି  l ଆଗକୁ ଏହି ତାତି ଜୁନ ମାସ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

    ସ୍ୱରୂପା ଏବଂ ଜ୍ୟୋତି ମଞ୍ଜରୀଙ୍କ ରିପୋର୍ଟ

  • ବ୍ରିଟେନରେ ସବୁ ରେକର୍ଡ ଭାଙ୍ଗିଛି ପାରଦ

    ବ୍ରିଟେନରେ ସବୁ ରେକର୍ଡ ଭାଙ୍ଗିଛି ପାରଦ । ପ୍ରଥମ ଥର ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ସେଲସିୟସ ରହିଛି । ପ୍ରତି ତିନି ବର୍ଷରେ ଥରେ ବ୍ରଟିନରେ ଗ୍ରୀଷ୍ମ ଲହର ରେ ଭାଜି ହୁଏ । ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ୨୦୧୯ ଜୁଲାଇ ସର୍ବାଧିକ ତାପମାତ୍ରା ୩୮.୭ ରହିଥିଲା । ୟୁରୋପରେ ଜାରି ରହିଥିବା ଗ୍ରୀଷ୍ମ ଲହର ଏବେ ଉତ୍ତର ମୁହାଁ ହେଉଥିବା ଜଣାପଡିଛି । ସେପଟେ ଗ୍ରୀସ, ଫ୍ରାନସ୍ , ନେଦରଲ୍ୟାଣ୍ଡ ,ପର୍ତ୍ତୁଗାଲ, ଷ୍ପେନ ଭଳି ୟୁରୋପୀୟ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପର୍ତ୍ତୁଗାଲରେ ପାଦ ୪୭ ଡିଗ୍ରି ପାର କରିଛି । ଫ୍ରାନସରୁ ବର୍ତ୍ତମାନ ୩୦ ହଜାରରୁ ଉର୍ଧ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀ ରେ ରଖାଯାଇଛି । ଫ୍ରାନସର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଗିରଡେ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଜଙ୍ଗଲ ନିଆଁ ବ୍ୟାପୁଛି ।

    ଏ ପର୍ଯ୍ୟନ୍ତ ୪୭ ହଜାର ଏକର ଜଙ୍ଗଲ ପୋଡି ପାଉଶଁ ହୋଇଗଲାଣି । ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ ବ୍ରିଟେନର ବିଭିନ୍ନ ଭାଗରେ ବିମାନ ବନ୍ଦରରେ ରନୱେ ଏବେ ତରଳିବାକୁ ଲାଗିଛି । ବ୍ରିଟେନ ବ୍ୟତୀତ ଫ୍ରାନସ୍, ଜର୍ମାନୀ, ସ୍ୱିଜରଲାଣ୍ଡ, ଭଳି ଅନେକ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ । ଏହା ଛଡା ବହୁ ଡଙ୍ଗଲରେ ନିଆଁ ଲାଗି ସ୍ଥିତି ଅଧିକ ଦୁର୍ବିଶହ ହୋଇପଡିଛି । ଗ୍ରୀଷ୍ମ ପ୍ରବାହର ପ୍ରଭାବ କ୍ରିକେଟ ଉୁପରେ ପଡିଛି । ପଡିଆ ଭିତରେ ୭ ଘଣ୍ଟା କଟାଇବା ଖେଳାଳୀଙ୍କ ପାଇଁ କଷ୍ଟକର ହୋଇପଡିଛି । ଇଂଲଣ୍ଡ ଦକ୍ଷିଣଆଫ୍ରିକା ମ୍ୟାଚ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ପୁରା ମ୍ୟାଚରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button