ଚନ୍ଦ୍ରଯାନର-୩ର ଐତିହାସିକ ସଫଳତା ପରେ ମିସନ ଚନ୍ଦ୍ରଯାନ-୪। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବାଜିଲା ମୋହର । କ୍ୟାବିନେଟ ନିଷ୍ପତ୍ତି କ୍ରମେ ଚନ୍ଦ୍ର ସମ୍ପର୍କରେ ଅଧିକ ଅନୁଧ୍ୟାନ ଲାଗି ଚନ୍ଦ୍ରଯାନ-୪ ପ୍ରସ୍ତୁତ କରାଯିବ। ଏଥିପାଇଁ ୨ହଜାର ୧୦୪ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଚନ୍ଦ୍ରଯାନ-୪ ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ପଥର ଓ ମାଟି ଅଣାଯିବ। ଆବଶ୍ୟକ ସ୍ଥଳରେ ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆଗାମୀ ୩୬ମାସ ମଧ୍ୟରେ ଏହି ଅଭିଯାନ ପ୍ରସ୍ତୁତ କରାଯିବ। ଏହି ଅଭିଯାନରେ ଦୁଇଟି ମହାକାଶଯାନ ରହିବ। ୨୦୨୮ ମାର୍ଚ୍ଚରେ ଲଞ୍ଚ୍ ପାଇଁ ରହିଛି ଟାର୍ଗେଟ୍ ।ଚନ୍ଦ୍ରଯାନ-୪ କୁ ସେହିଭଳି ବୈଜ୍ଞାନିକ ଜ୍ଞାନକୌଶଳରେ ନିର୍ମିତ କରାଯିବ ଭାରତ ଗୋଟିଏ ପରେ ଗୋଟିଏ ମହାକାଶ ମିଶନ ବଢ଼ାଇ ଚାଲିଛି। ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ। ଏହି ମିସନ ପୂର୍ବରୁ ଚନ୍ଦ୍ରଯାନ-୪ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଚନ୍ଦ୍ରକୁ ମାନବ ପ୍ରେରଣ ପୂର୍ବରୁ ୨୦୩୫ ସୁଦ୍ଧା ଇଣ୍ଡିଆନ ସ୍ପେସ୍ ଷ୍ଟେସନ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ।
Naxatra News is now on Whatsapp
Join and get latest news update delivered to you via whatsapp
Join Now