୨୪ ଚିନ୍ତାରେ ପଦ୍ମ

Spread the love

() ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ୩ କେନ୍ଦ୍ରମନ୍ତ୍ରୀ ଓ କ୍ଷେତ୍ରୀୟ ପ୍ରଭାରୀ ପ୍ରମୁଖ ଉପସ୍ଥିତ ରହି କର୍ମୀଙ୍କୁ ଦେଉଛନ୍ତି ଗୁରୁମନ୍ତ୍ର । ବିଶେଷ କରି କେନ୍ଦ୍ର ସରକାରଙ୍କ ଜନାଭୀମୁଖି କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଦଳ ପ୍ରସ୍ତୁତ ହେଉଛି । ଏପଟେ ଲୋକଙ୍କ ପାଖକୁ ଯିବାକୁ ରାଜ୍ୟ ବିଜେପିର ସତ ସାହାସ ନାହିଁ କହି କଟାକ୍ଷ କରିଛି ଶାସକ ଦଳ । ଅନ୍ୟପଟେ କଂଗ୍ରେସ କହିଛି ଏହା ରାଜନୈତିକ ଡ୍ରାମା ।

୨୪ ପାଇଁ ଚିନ୍ତା। ୧୯ରେ ଭୋଟରଙ୍କ ମୁଡ୍ ଭିନ୍ନ ଥିଲା। ସେଥିଲାଗି ତ ୧୪ରେ ମାତ୍ର ଗୋଟିଏ ଆସନ ପଦ୍ମକୁ ଦେଇଥିବା ଓଡ଼ିଶା ୧୯ରେ ୮ଟି ଆସନ ଝୁଲାରେ ପକାଇଦେଇଥିଲା। କିନ୍ତୁ ୧୯ର ଏହି ସଫଳତାକୁ ଆଗକୁ ବଜାୟ ରଖିପାରିଲାନି ବିଜେପି। ବହୁ ହେଭିଓ୍ୱେଟ୍ ନେତା ଆସିଲେଣି। ନବୀନ ସରକାରଙ୍କ ବିରୁଦ୍ଧରେ ବର୍ଷିଛନ୍ତି। କର୍ମୀଙ୍କ ଭିତରେ ଜୋସ୍ ବି ଭରିଛନ୍ତି। ହେଲେ ଏହି ଜୋସ୍ ନିର୍ବାଚନୀ ମୈଦାନରେ କାଟୁ କରିନି କି ଜନମତକୁ ଭୋଟରେ ପରିଣତ କରିପାରିଲାନି। ସେଥିଲାଗି ଦୁଇ ଦିନିଆ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗାଁ ଗାଁରେ ଆନ୍ଦୋଳନ କରି ୨୪ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି। ମଣ୍ତି ସମସ୍ୟା,ଆବାସ ଘୋଟାଲା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି,ବେରୋଜଗାରୀ ପ୍ରସଙ୍ଗକୁ ନେଇ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ପ୍ରଥମ ଦିନର ପଦାଧିକାରୀ ବୈଠକରେ ନିଷ୍ପତି ହୋଇଛି । ସେହିପରି ରବିବାର ୩ କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟର ସମସ୍ତ ପଦାଧିକାରୀଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ସହ ସାଧାରଣ ନିର୍ବାଚନ ପାଇଁ ବିଜୟର ମନ୍ତ୍ର ଫୁଙ୍କିବେ ଦଳର ମଙ୍ଗୁଆଳ ।

ଆଉ ଅନ୍ୟ ଦଳର ବ୍ୟାପାରରେ ମୁଣ୍ଡ ପୁରାଇବା ଉଚିତ ନୁହେଁ କହିବା ସହ  ବିଜେପି ଲୋକଙ୍କ ପାଖକୁ ଯିବାର ସତସାହସ ନାହିଁ ବୋଲି କହିଛି ବିଜେଡି। ବିଜେପିର କୌଣସି ରଣନୀତି ନବୀନଙ୍କ ଭାବମୂର୍ତ୍ତି ସାମ୍ନାରେ ଫିକା। ଆଉ କଂଗ୍ରେସ ତାତ୍ସଲ୍ୟ କରିଛି, ବିଜେପି-ବିଜେଡି ଭାଇ ଭାଇ। ନିର୍ବାଚନକୁ ଆଖି ଆଗରେ ରଖି ସବୁ ଡ୍ରାମା। ୨୦୧୯ରେ ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେପି ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତକତା କରିଛି।

ତେବେ ବର୍ତ୍ତମାନ ଶାସକ ଦଳ ଆଦିବାସୀ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେବା ସହ ୯ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିଛି । ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅନ୍ୟପଟେ ଭାରତ ଯୋଡ ଓ ହାତେ ପେ ହାତ ଯୋଡ କାର୍ଯ୍ୟକ୍ରମ କରି ୯ ରୁ ୯୦ ଆସନ ପାଇଁ ଅଣ୍ଟା ଭିଡିଛି କଂଗ୍ରେସ ।

ଜ୍ୟୋର୍ତିମୟୀ ସୀହୁ ଓ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *