ଆଫଗାନିସ୍ତାନରେ ଥମୁନି ବିସ୍ଫୋରଣ

Spread the love

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଏକ ମସ୍‌ଜିଦ ନିକଟରେ ବୋମା ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ମସ୍‌ଜିଦ ନିକଟରେ ଠିଆହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପାଇଁ ଆଇଏସ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନରେ ଏହି ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଆସୁଛି। ସେହି ପରି ବିସ୍ଫୋରଣ ଘଟଣା ଘଟି ଚାଲିଛି।

କାବୁଲ ପୁଲିସ ଅନୁଯାୟୀ ତାଲିବାନ ଦ୍ବାରା ନିଯୁକ୍ତ ପ୍ରବକ୍ତା ଖାଲିଦ ଜାଦରାନଙ୍କ ଅନୁଯାୟୀ, କାବୁଲର ଶିୟା ବହୁଳ ସରେ କରିଜ କ୍ଷେତ୍ରରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ପ୍ରାରମ୍ଭିକ ରିପୋର୍ଟରେ ୨ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଥିଲା, କିନ୍ତୁ ଗୁରୁତର ଆହତଙ୍କ ମଧ୍ୟରୁ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ସାର୍ବଜନୀନ ସ୍ଥାନରେ ହୋଇଥିବା ବିସ୍ଫୋରଣକୁ ନେଇ ଦେଶର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁଲାଇ ୩୦ରେ କାବୁଲର ଏକ କ୍ରିକେଟ ମ୍ୟାଚ ସମୟରେ ଏକ ବିସ୍ଫୋରଣ ହୋଇଥିଲା। ତେବେ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା। ଏହାକୁ ନେଇ ଷ୍ଟାଡିୟମ ଭିତରେ ଧାଁ ଦୌଡ ଆରମ୍ଭ ହୋଇଯାଇଥିଲା। ଦୁଇ ପକ୍ଷର ଖେଳାଳିଙ୍କୁ ତୁରନ୍ତ ବଙ୍କର ଭିତର ଦେଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହି ବିସ୍ଫୋରଣରେ କିଛି ଲୋକଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଥିଲେ।

ସେହିପରି ଜୁନ ୧୨ ତାରିଖରେ ମଧ୍ୟ  କୁନାରରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ତାଲିବାନୀ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା। ବହୁ ଲୋକ ମଧ୍ୟ ଆହତ ହୋଇଥିଲେ। କୁନାରର କେନ୍ଦ୍ର ଅସଦାବାଦ ସହରରେ ତାଲିବାନୀ ସୁରକ୍ଷା ବଳଙ୍କ ବାହନ ଯାଉଥିବା ବେଳେ ଲ୍ୟାଣ୍ଡ ମାଇନ ସଂସ୍ପର୍ଶରେ ଆସି ଏହି ବିସ୍ଫୋରଣ ହୋଇଥିଲା। ଏହା ପୂର୍ବରୁ ସ୍ପିନ ବୋଲ୍ଡକ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ୫ ଜଣ ତାଲିବାନୀଙ୍କ ସହ ଏକ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହା ଏକ ଆଇଇଡି ବିସ୍ଫୋରଣ ଥିଲା।

୨୦୧୪ରୁ କାବୁଲର ପଶ୍ଚିମ ପ୍ରାନ୍ତର ସର ଏ କରିଜରେ ଶୁକ୍ରବାର ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୧୮ ଜଣ ଆହତ ହୋଇଛନ୍ତି। ମୁଖ୍ୟତଃ ରାସ୍ତାଚଲା ଲୋକଙ୍କୁ ଲକ୍ଷ୍ୟ କରି ରାସ୍ତାକଡରେ ଏକ ଠେଲା ଗାଡିରେ ରଖା ଯାଇଥିଲା। ଏହି ବିସ୍ଫୋରଣ ଆଇଏସ ଦ୍ବାରା ହୋଇଥିବା ବେଳେ ବହୁଲୋକ ଆହତ ହୋଇଥିଲେ। ୨୦୧୪ରୁ ଆଫଗାନିସ୍ତାନର ସୁରକ୍ଷା ପ୍ରତି ଆଇଏସ ଏକ ଗମ୍ଭୀର ଚ୍ୟାଲେଞ୍ଜ ହୋଇ ଠିଆହୋଇଛି।

Leave a Reply

Your email address will not be published. Required fields are marked *