ଇରାନ ହିଜାବ ବିବାଦ ଭିତରେ ପାକ ଏୟାର ହୋଷ୍ଟେସଙ୍କ ପାଇଁ ନିର୍ଦ୍ଦେଶନାମା

Spread the love

ତେହରାନ: ଇରାନରେ ହିଜାବକୁ ଅନିବାର୍ଯ୍ୟ କରାଯିବା ପରେ ସେଠାକାର ମହିଳାଙ୍କ ମଧ୍ୟରେ ଅସନ୍ତୋଷ। ହିଜାବକୁ ନେଇ ଇରାନରେ ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାକୁ ବିରୋଧ ସ୍ବରୂପ ସର୍ବସମ୍ମୁଖରେ ଚୁଟି କାଟିଦେଇଛନ୍ତି। ଏହାରି ଭିତରେ ପାକିସ୍ତାନରେ ଏୟାର ହୋଷ୍ଟେସଙ୍କୁ ନେଇ ଆସିଛି ନୂଆ ଏକ ଖବର। ମିଡିଆ ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନ ଏୟାର ଲାଇନ୍ସ ଏୟାର ହୋଷ୍ଟେସଙ୍କୁ ଠିକ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଛି।

ଖବର ଅନୁଯାୟୀ ପାକିସ୍ତାନ ଇଣ୍ଟରନାସନାଲ ଏୟାର ଲାଇନ୍ସ (ପିଆଇଏ) ତାର ଏୟାର କ୍ରୁ ସଦସ୍ୟଙ୍କ ପାଇଁ ସାଧା ପୋଷାକ ସହ ଅଣ୍ଡର ଗାମେଣ୍ଟ ପିନ୍ଧିବା ଅନିବାର୍ଯ୍ୟ କରିଛି। ପାକ ନାସନାଲ ଏୟାର ଲାଇନ୍ସ ମହାପ୍ରବନ୍ଧକ ଆମିର ବଶୀର ଏୟାର ହୋଷ୍ଟେସଙ୍କ ଡ୍ରେସକୁ ନେଇ ଆପତ୍ତି ଉଠାଇଛନ୍ତି। ଏହା ପରେ ଏୟାର ହୋଷ୍ଟେସଙ୍କ ପାଇଁ ଡ୍ରେସକୋଡ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବଶିର କହିଛନ୍ତି କି, ଏୟାର ଲାଇନ୍ସ କାର୍ଯ୍ୟାଳୟକୁ ଆସିବା ବେଳେ, ହୋଟେଲରେ ରହିବା ଓ ଅନ୍ୟ ଦେଶକୁ ଯାତ୍ରା ସମୟରେ ଏୟାର ହୋଷ୍ଟେସଙ୍କ ପୋଷାକକୁ ନେଇ ଅନେକ ଅଭିଯୋଗ ଆସିଛି। ତେଣୁ ମହିଳା ଏୟାର ହୋଷ୍ଟେସ ଉଚିତ ପୋଷାକ ପିନ୍ଧିବା ସହ ଅନ୍ତର୍ବସ୍ତ୍ର ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେମିତି କାହାରି କୌଣସି ଅଭିଯୋଗ ରହିବ ନାହିଁ।

ପାକର ଏୟାର ଲାଇନ୍ସର ଏହି ନିର୍ଦ୍ଦେଶ ପରେ ଚର୍ଚ୍ଚା ହେଉଛି, ହିଜାବକୁ ନେଇ ଇରାନରେ ବିବାଦ ସୃଷ୍ଟି ହୋଇଥିବାରୁ ପାକ ଏୟାର ହୋଷ୍ଟେସଙ୍କୁ ନେଇ କାଳେ କୌଣସି ବିବାଦ ସୃଷ୍ଟି ହେବ ଏହି ଭୟରେ ଆଗୁଆ ପଦକ୍ଷେପ ସ୍ବରୂପ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବର୍ତ୍ତମାନ ପାକର ଏୟାର ଡୋଷ୍ଟେସଙ୍କ ଯେଉଁ ପୋଷାକ ରହିଛି ସେଥିରେ  ତିନିଟି  ରଙ୍ଗ ରହିଛି। ସାଲବାର କମିଜ, ଦୁପଟ୍ଟା ଓ ଟୋପି ଡ୍ରେସ କୋଡରେ ରହିଛି। ଯେମିତି  କି, ମୁଣ୍ଡରୁ ଗଳା ଓ ପାଦ ପର୍ଯ୍ୟନ୍ତ ପୁରା ଶରୀର ଘୋଡାଇ ହୋଇ ରହିବ। ଏହା ପରେ କିପରି ପୋଷାକ ପିନ୍ଧିବାକୁ ହେବ ତାହା ଆଗକୁ ଜଣାପଡିବ।  

Leave a Reply

Your email address will not be published. Required fields are marked *