ବିଜେଡି ପରିବାରବାଦ ରାଜନୀତିରେ ବୁଡ଼ିରହିଛି: ନଡ୍ଡା

Spread the love

ଭୁବନେଶ୍ବର: କଂଗ୍ରେସ ଭାଇ-ଭଉଣୀର ଦଳ। ଅନ୍ୟଦଳ ଭଳି ବିଜେଡି ବି ପୁରା ପରିବାରବାଦ ରାଜନୀତିରେ ବୁଡ଼ିରହିଛି। କିନ୍ତୁ ବିଜେପି ବିଚାରାଧାରା ସହ ଆଗକୁ ଯିବାର ଦଳ। ଏଭଳି ଶବ୍ଦରେ ବିରୋଧୀ ଦଳ ସମେତ ବିଜେଡିକୁ ଓଡ଼ିଶା ମାଟିରେ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଓଡ଼ିଶାରେ ଭ୍ରଷ୍ଟାଚାର ସରକାର ଚାଲିଛି। ଆଉ ଏଥିଲାଗି ନେତା ହିଁ ଦାୟୀ। ବିଭିନ୍ନ ଯୋଜନା ହାଇଜାକ୍ ସହ ୬୦ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରିଛନ୍ତି ନବୀନ ସରକାର ବୋଲି ଆକ୍ଷେପ ଲଦିଛନ୍ତି ନଡ୍ଡା।

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିମାନବନ୍ଦରରେ ପହଞ୍ଚିବା ପରେ ବିଶାଳ ମଟର ସାଇକେଲ ରାଲିରେ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ କର୍ମକର୍ତ୍ତା। ଏହା ପରେ ନଡ୍ଡା ଯାଇଥିଲେ ଜନତା ମୈଦାନକୁ। ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି। ଆଉ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ବିରୋଧୀ ଦଳ ସମେତ ବିଜେଡିକୁ ଟାର୍ଗେଟ କରିଛନ୍ତି ନଡ୍ଡା। ପରିବାରବାଦ ରାଜନୀତିରେ କବଳିତ ବିଜେଡି ସରକାରକୁ ଘରକୁ ପଠାଇଦିଅ। ଆଉ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ପ୍ରସ୍ତୁତ ହୁଅ ବୋଲି ଆହ୍ୱାନ ଦେଇଛନ୍ତି ନଡ୍ଡା। ଓଡ଼ିଶାରେ ଭ୍ରଷ୍ଟାଚାର ସରକାର ଚାଲିଛି। ଶକ୍ତିକେନ୍ଦ୍ରରୁ ଯାଇ ଲୋକଙ୍କୁ ବୁଝାନ୍ତୁ ଆଉ ଏଭଳି ସରକାରକୁ ହଟାଇବାକୁ କହି ପ୍ରସ୍ତୁତି ଆରମ୍ଭ କରନ୍ତୁ।

ଓଡ଼ିଶାରେ ଭ୍ରଷ୍ଟାଚାର ବଢ଼ିଛି। ଆବାସ ଯୋଜନାର ହାଇଜାକ୍ ହେଉଛି। ନକ୍ସଲ ସମସ୍ୟା ବଢ଼ୁଛି। ରତ୍ନଭଣ୍ଡାର ରହସ୍ୟ ପଛରେ ଚାବି ବି ନକଲି ଓ ସରକାର ବି ନକଲି ବୋଲି କଟାକ୍ଷ କରିଛନ୍ତି ନଡ୍ଡା। ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକଙ୍କୁ ବଞ୍ଚିତ କରିବାର ପ୍ରତିଫଳନ ହେଉଛି କି ସ୍ୱାସ୍ଥ୍ୟସେବାରେ ବହୁ ପଛରେ ଓଡ଼ିଶା। ମରଶରୀରକୁ ଆଜି ବି ଲୋକେ ସାଇକେଲରେ ବୁହାଇନେବାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି। ମନରେଗାରେ ହେରଫେର୍ କଥାକୁ ବି ଓଗାଳିଛନ୍ତି ନଡ୍ଡା। ଏଠି ରକ୍ଷକ ଭକ୍ଷକ ସାଜିଛି। ତିନି ତିନି ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ମାମଲା ରହିଛି। ଯଦି ମନ୍ତ୍ରୀ ସାମିଲ୍, ତେବେ ଏଠି କେମିତି ଶାସନ ଚାଲିଛି ଜଣାପଡ଼ୁଛି।

କଂଗ୍ରେସ ସମେତ ଟିଏମସି, ଏସପି, ଏନସି ଭଳି ଦଳକୁ ବି ଟାର୍ଗେଟ କରିଛନ୍ତି ନଡ୍ଡା। ଓଡ଼ିଶା ସରକାରଙ୍କୁ ଉପାଡ଼ି ଫୋପାଡ଼ି ଦେବା ଦରକାର ବୋଲି ଗର୍ଜିଛନ୍ତି ନଡ୍ଡା। ବିଜେପି ଏକମାତ୍ର ଦଳ ଯିଏ ବି ବିଚାରାଧାରାକୁ ନେଇ ବଢ଼ୁଛି। ପରିବାରବାଦ ରାଜନୀତିରୁ ଦୂରେଇ ରହିଛି ବୋଲି କହିଛନ୍ତି ନଡ୍ଡା।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *