ଦୁର୍ଘଟଣା କରାଇବାକୁ ପାଇଲଟଙ୍କ ଧମକ

Spread the love

ନୂଆଦିଲ୍ଲୀ: ଆମେରିକାର ମିସିସିପିରେ ୱେଷ୍ଟ ମେନ ଉପରେ ଏକ ଉଡାଜାହାଜ ପାଇଲଟ ଜାଣିଶୁଣି ୱାଲମାର୍ଟରେ ଦୁର୍ଘଟଣା କରିବାକୁ ଧମକ ଦେଉଛନ୍ତି। ପୁଲିସ ଅନୁଯାୟୀ, ପାଇଲଟ ସହ ସିଧା ଆଲୋଚନା ଆରମ୍ଭ ହୋଇଛି। ଧମକ ପରେ ଟୁପେଲୋ ପୁଲିସ ସ୍ଥାନୀୟ ଦୋକାନସବୁକୁ ଖାଲି କରିଦେଇଛି। ଲୋକଙ୍କୁ ମଧ୍ୟ ସ୍ଥାନ ଖାଲି କରିବାକୁ କୁହାଯାଇଛି।

ପୁଲିସ ଅନୁଯାୟୀ, ଏପରି ଏକ ଧମକ ପାଇବା ପରେ ସମସ୍ତ ଜରୁରୀକାଳୀନ ସେବା ସଂସ୍ଥାକୁ ଆଲର୍ଟରେ ରଖାଯାଇଛି। ନାଗରିକମାନଙ୍କୁ ସେହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବାକୁ କୁହାଯାଇଛି, ଯେପର୍ଯ୍ୟନ୍ତ ଘଟଣାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ନ ଆସିଛି।

କୁହାଯାଉଛି କି, ପାଇଲଟ ଏକ ଛୋଟ ବିମାନ ବିଚକ୍ରାଫ୍ଟ କିଂ ଏୟାର ୯୦କୁ ଟୁପେଲୋ ବିମାନ ଆଡ୍ଡାରୁ ନେଇଥିଲେ। ଗଭର୍ନର ଟେଟ ରିବ୍ସ କହିଛନ୍ତି କି, ଏହି ବିମାନଟି ନ ସିଟ ବିଶିଷ୍ଠ, ଯେଉଁଥିଣେ ଇଞ୍ଜନ ରହିଛି। ରାଜ୍ୟର ଆଇନ ପ୍ରବର୍ତ୍ତନ ଓ ଜରୁଳୀକାଳୀନ ପ୍ରାବନ୍ଧକ ଏହି ଆତଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି।  

Leave a Reply

Your email address will not be published. Required fields are marked *