ଅନିୟମିତତାରୁ ବିଦା ହେଲେ ପୌରାଧ୍ୟକ୍ଷା

ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ। ତାଙ୍କୁ ଅଯୋଗ୍ୟ ଘୋଷିତ କରି ତାଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି ସରକାର। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଶାନ୍ତିମଞ୍ଜରୀଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନିୟମିତତା ନେଇ ପୂର୍ବରୁ ପୌରାଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। କାହିଁକି ଆକ୍ସନ ନିଆଯିବନି କହି ନଗର ଉନ୍ନୟନ ବିଭାଗ ତାଙ୍କୁ ନଭେମ୍ୱର ୧୧, ୨୦୨୪ରେ ସ୍ପଷ୍ଟିକରଣ ରଖିବାକୁ ସୁଯୋଗ ଦେଇଥିଲା। ଏହା ପରେ ଜିଲ୍ଲାପାଳଙ୍କ ରିପୋର୍ଟ, ପୌରଧ୍ୟକ୍ଷାଙ୍କ ସ୍ପଷ୍ଟିକରଣର ତର୍ଜମା ପରେ ବ୍ୟକ୍ତିଗତ ହାଜର ହୋଇ ଜାନୁଆରୀ ୨୨ରେ ପକ୍ଷ ରଖିବାର ସୁଯୋଗ ଦେଇଥିଲେ ସରକାର। ଶେଷରେ ୨୮ରେ ତାଙ୍କୁ ପଦରୁ ବହିଷ୍କାର ଲାଗି ନିର୍ଦେଶ ଦେଇଛନ୍ତି। ଇଛାକୃତ ଭାବେ ସରକାରୀ ନିର୍ଦେଶକୁ ଉଲ୍ଲଂଘନ, ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ, ୧୯୫୦ର ଅବମାନନା ଓ ସର୍ବୋପରି ନିଜ କର୍ତ୍ତବ୍ୟ ତୁଲାଇବାରେ ବିଫଳତାକୁ ଆଧାର କରି ଏଭଳି ଆକ୍ସନ ନେଇଛି ବିଭାଗ। ରାଜ୍ୟପାଳଙ୍କ ନିର୍ଦେଶରେ ସରକାର ଏଭଳି ଆକ୍ସନ ନେଇଛନ୍ତି। ଆକ୍ସନ ପରେ କ୍ୟାମେରା ଆଗରେ ମୁହଁ ଖୋଲିନାହାନ୍ତି ଶାନ୍ତିମଞ୍ଜରୀ। ତେବେ ଏମିତି କି ଅଭିଯୋଗ ଥିଲା। ଯାହାକୁ ନେଇ ସରକାର ପୌରାଧ୍ୟକ୍ଷାଙ୍କୁ ହଟାଇଦେଲେ। ଆସନ୍ତୁ ଶୁଣିବା ଅଭିଯୋଗକାରୀଙ୍କ ମୁହଁରୁ। ପୌରାଧ୍ୟକ୍ଷା ଗଣମାଧ୍ୟମରେ ମୁହଁ ଖୋଲିନଥିବା ବେଳେ ତାଙ୍କ ସମର୍ଥକ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ଜିଲ୍ଲାପାଳ କବୀନ୍ଦ୍ର ସାହୁ ତଦନ୍ତ କରିଥିଲେ। ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ନାନା ଅନିୟମିତତାର ଆରୋପ ଆସିଥିଲା। ବିନା ରିଜୋଲୁସନରେ ବିଭିନ୍ନ କାର୍ଯ୍ୟ ମନମୁଖୀ ଭାବେ କରିଥିଲେ ଶାନ୍ତି ଦେଇ। ବିଜେପି ଓ ସ୍ୱାଧୀନ କାଉନସିଲର ଅଭିଯୋଗ ଆଣିଥିଲେ। ନଭେମ୍ୱର ୧୧ରେ ନଗର ଉନ୍ନୟନ ବିଭାଗର କୈଫୟତକୁ ଚ୍ୟାଲେଞ୍ଜ କରି ଏହାକୁ ଚ୍ୟାଲେଞ୍ଜ କରି ଅଦାଲତର ଦ୍ୱାରସ୍ଥ ବି ହୋଇଥିଲେ ଶାନ୍ତି ଦେଇ। କିନ୍ତୁ ହସ୍ତକ୍ଷେପ କରିବାକୁ ମନା କରି ୭ ଦିନ ଭିତରେ ଜବାବ ଦେବାକୁ କହିଥିଲେ ଅଦାଲତ।

ଅନିୟମିତତାରୁ ବିଦା ହେଲେ ପୌରଧ୍ୟକ୍ଷା। ଆଗକୁ ଏହା କି ରାଜନୈତିକ ମୋଡ଼ ନେବ, ତା ଉପରେ ସମସ୍ତଙ୍କ ନଜର।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *