ୱାସିଂଟନ: ଆମେରିକା ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଣ୍ଟିଟିଭର ସ୍ପିକର ପଦ ପାଇଁ ବିରୋଧୀ ରିପବ୍ଲିକାନ ପାର୍ଟିର ଆଶାୟୀ କେଭିନ ମୈକ୍କାର୍ଥିଙ୍କୁ ଚୟନ କରାଯାଇଛି। ୧୫ତମ ପର୍ଯ୍ୟାୟ ମତଦାନରେ ମୈକ୍କାର୍ଥିଙ୍କୁ ସ୍ପିକର ଘୋଷିତ କରାଯାଇଛି। ସେ ନୈନ୍ସି ପେଲୋସିଙ୍କ ସ୍ଥାନ ନେବେ। ହାଉସ ଅଫ ରିପ୍ରେଜେଣ୍ଟିଟିଭର ୫୫ ତମ ସ୍ପିକର ହୋଇଛନ୍ତି ମୈକ୍କାର୍ଥି।
ଆମେରିକାର ହାଉସ ଅଫ ରିପ୍ରେଜେଣ୍ଟିଟିଭର ସ୍ପିକର ବଛାଯିବା ପରେ କିଛି ଦିନ ଧରି ଆମେରିକାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଶେଷ ହେବାର ଆଶା କରାଯାଉଚି। ୫୭ ବର୍ଷୀୟ ମେକ୍କାର୍ଥି ସତ୍ତାରୁଢ ଡେମୋକ୍ରାଟିକ ପାର୍ଟିର ୮୨ ବର୍ଷୀୟ ନୈନ୍ସି ପେଲୋସିଙ୍କ ସ୍ଥାନ ନେବେ। ୮ ନଭେମ୍ବରକୁ ହୋଇଥିବା ମଧ୍ୟର୍ତ୍ତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ବହୁମତ ହରାଇଥିଲା। ୪୩୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ଡୋମୋକ୍ରାଟିକ ପାର୍ଟିର ସିଟ ସଂଖ୍ୟା ୨୧୨ରେ ପହଞ୍ଚିଥିବା ବେଳେ ରିପବ୍ଲିକାନ ପାର୍ଟିର ସିଟ ବୃଦ୍ଧିପାଇ ୨୨୨ହୋଇଛି।
ଅଧାରାତିରେ ହୋଇଥିବା ୧୫ ପର୍ଯ୍ୟାୟରେ ମୈକ୍କାର୍ଥୀ ୫୨ ବର୍ଷୀୟ ହକିମ ସେକୋଉ ଜୈଫରିଜଙ୍କୁ ୨୧୬ ମୁକାବିଲାରେ ୨୧୨ ଭୋଟରେ ହରାଇଥିଲେ। ରିପବ୍ଲିକାନ ମୈକ୍କାର୍ଥି ନିଜ ଦଳର ୬ ବିଦ୍ରୋହୀମାନଙ୍କ ସତ୍ତେବ ବହୁମତ ହାସଲି କରିଛନ୍ତି। ବାଗୀ ଆଶାୟୀଙ୍କ ପାଇଁ ସଦନରେ ଉପସ୍ଥିତ ସଦସ୍ୟମାନେ ମ୍ୟାଜିକ ନମ୍ବର ୨୧୮ରୁ ଖସି ୨୧୫ରେ ରହିଗଲେ।
ମୈକ୍କାର୍ଥିଙ୍କ ଘୋର ଆଲୋଚକମାନେ ତଥା ବିରୋଧୀଙ୍କ ମଧ୍ୟରୁ ସାଂସଦ ମେଟ ଗେଟ୍ଜ ୧୪ ଓ ୧୫ ପର୍ଯ୍ୟାୟରେ ମୈକ୍କାର୍ଥିଙ୍କୁ ଭୋଟ ଦେବାକୁ ରୋକଠୋକ ମନା କରି ଦେଇଥିଲେ। ଏମିତିକି ପୂର୍ବ ପର୍ଯ୍ୟାୟରେ ମଧ୍ୟ ୨୦ ସାଂସଦ ମୈକ୍କାର୍ଥିଙ୍କୁ ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଠା ରୁଢିବାଦୀ ହାଉସ ଫ୍ରିଡମ କାକସର ଥିଲେ। କେବଳ ୧୨ ଓ ୧୩ ରାଉଣ୍ଡରେ ଏକ ଡର୍ଜନରୁ ଅଧିକ ମେକ୍କାର୍ଥି ବିରୋଧୀମାନଙ୍କ ଭୋଟ ତାଙ୍କୁ ମିଳିଥିଲା।
ତେବେ ଗୁରୁବାର ହୋଇଥିବା ମତଦାନ ସମୟରେ ରୋଜକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁରା ସଦନରେ ଖେଳିଯାଇଥିଲା ହସର ଲହରି। କାରଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଥିଲା ମାତ୍ର ଗୋଟିଏ ଭୋଟ। ଏହି ଭୋଟ ଫ୍ଲୋରିଡାର ରିପବ୍ଲିକାନ ମେଟ ଗେଟ୍ଜ ଦେଇଥିଲେ। ଗେଟ୍ଜ ୧୧ ତମ ପର୍ଯ୍ୟାୟର ମତଦାନରେ ଔପଚାରିକଭାବେ ଟ୍ରମ୍ପଙ୍କୁ ହାଉସ ସ୍ପକର ମନୋନିତ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now