୧୦ହଜାର ଟେଷ୍ଟ ରନ୍ କ୍ଲବରେ ଷ୍ଟିଭ୍ ସ୍ମିଥ୍

୧୦ହଜାର ଟେଷ୍ଟ ରନ୍ କ୍ଲବରେ ଏଣ୍ଟ୍ରି ମାରିଲେ ଷ୍ଟିଭ୍ ସ୍ମିଥ୍। ଚତୁର୍ଥ ଅଷ୍ଟ୍ରେଲିଆନ ପ୍ଲେୟାର ଭାବେ ଏହି କୀର୍ତ୍ତି ରଚିଛନ୍ତି ସ୍ମିଥ୍। ତାଙ୍କ ଆଗରୁ ଏହି ମାଇଲଷ୍ଟୋନ୍ ହାସଲ କରିଛନ୍ତି ଆଲାନ ବର୍ଡର, ଷ୍ଟିଭ୍ ଓ୍ୱଫ୍ ଓ ରିକି ପଣ୍ଟିଂ। ତେବେ ଦ୍ରୁତଗତିରେ ୧୦ହଜାର ଟେଷ୍ଟ ରନ୍ ହାସଲ ତାଲିକାର ପଞ୍ଚମରେ ଅଛନ୍ତି ସ୍ମିଥ୍। ୨୦୫ ଇନିଂସ ଖେଳି ଏହି ରନ୍ ହାସଲ କରିଛନ୍ତି ସ୍ମିଥ୍। ତାଙ୍କ ପୂର୍ବରୁ ୧୯୫ ଇନିଂସ ଖେଳି ବ୍ରାଏନ ଲାରା, ସଚିନ୍ ତେନ୍ଦୁଲକର, କୁମାର ସାଙ୍ଗକାରା ଓ ୧୯୬ ଇନିଂସ ଖେଳି ରିକି ପଣ୍ଟିଂ ୧୦ହଜାର ଟେଷ୍ଟ ରନ୍ ହାସଲ କରିଥିଲେ। ସ୍ମିଥଙ୍କ ଦ୍ରୁତ ୧୦ହଜାର ଟେଷ୍ଟ ରନ୍ ତଳେ ଅଛନ୍ତି ୨୦୬ ଇନିଂସ ଖେଳିଥିବା ରାହୁଲ ଡ୍ରାଭିଡ୍ ଓ ୨୦୮ ଇନିଂସ ଖେଳିଥିବା ୟୁନିସ ଖାନ୍। ଷ୍ଟିଭ୍ ସ୍ମିଥ୍ ବିଶ୍ୱର ୧୫ତମ ବ୍ୟାଟ୍ସମ୍ୟାନ ଭାବେ ୧୦ହଜାର ରନ୍ କ୍ରସ୍ କରିଛନ୍ତି। ଗାଲେରେ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟେଷ୍ଟ ଖେଳୁଥିବା ବେଳେ ଏହି କୀର୍ତ୍ତି ରଚିଛନ୍ତି ସ୍ମିଥ୍। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *