ଆମେ ଆୟକର ପଦକ୍ଷେପ ସମ୍ପର୍କରେ ଅବଗତ: ଆମେରିକା

Spread the love

ନୂଆଦିଲ୍ଲୀ: ବିବିସି ଅଫିସ ଉପରେ ହୋଇଥିବା ଇନକମ ଟ୍ୟାକ୍ସ ବିଭାଗର ଚଢାଉକୁ ନେଇ ଦେଶରେ ରାଜନୀତି ତେଜିଛି। ବିରୋଧୀ ଏହି ଚଢାଉକୁ ଆକ୍ରୋଶମୂଳକ କହୁଥିବା ବେଳେ ବିବିସି ପକ୍ଷରୁ ଆସିଛି ଭିନ୍ନ ମତ। ଆମେରିକା ବୈଦେଶିକ ପ୍ରବକ୍ତା ନେଡ ପ୍ରାଇସଙ୍କ ପକ୍ଷରୁ ମଙ୍ଗଳବାର କୁହାଯାଇଛି କି, ଭାରତୀୟ କର ଅଧିକାରୀଙ୍କ ପକ୍ଷରୁ ଦିଲ୍ଲୀସ୍ଥିତ ବିବିସି କାର୍ଯ୍ୟାଳୟରେ ହେଉଥିବା ସର୍ଭେ ସମ୍ବନ୍ଧରେ ଅବଗତ ଅଛୁ। କିନ୍ତୁ ବର୍ତ୍ତମାନ ଏହା ଉପରେ ଅଧିକ କିଛି କୁହାଯାଇ ପାରିବ ନାହିଁ । ସେପଟେ ଆଇଟି ପକ୍ଷରୁ କୁହାଯାଇଛି, କର ଚୋରିର ଯାଞ୍ଚ କରାଯାଉଛି।

ନେଡ କହିଛନ୍ତି, ଆମେ ଭାରତୀୟ କର ଅଧିକାରୀଙ୍କ ଦ୍ବାରା ଦିଲ୍ଲୀସ୍ଥିତ ବିବିସି ଅଫିସରେ ହେଉଥିବା ସର୍ଭେ ସମ୍ପର୍କରେ ଅବଗତ। ତେବେ ଏସମ୍ପର୍କରେ ସୂଚନା ପାଇଁ ଭାରତୀୟ ଅଧିକାରୀଙ୍କ ନିକଟକୁ ଯିବା ଆବଶ୍ୟକ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ତେବେ ଆମେ ସାରା ଦୁନିଆରେ ସ୍ବାଧୀନ ସାମ୍ବାଦିକତାର ମହତ୍ବକୁ ସମର୍ଥନ କରୁଛୁ। ଲୋକତନ୍ତ୍ରକୁ ମଜବୁତ କରିବାକୁ, ମାନବାଧିକାର ଅନ୍ତର୍ଗତ ଅଭିବ୍ୟକ୍ତି ସ୍ବାଧୀନତା ଓ ଧର୍ମ ତଥା ଆସ୍ଥାର ସ୍ବତନ୍ତ୍ରତାକୁ ପ୍ରାଧାନ୍ୟ ଦେଇ ଆସିଛୁ। ଏହା ଭାରତର ଲୋକତନ୍ତ୍ରକୁ ମଜବୁତ କରିଛି। ନେଡ ଆହୁରି କହିଛନ୍ତି, ସର୍ବଭୌମତାର ଅଧିକାର ବିଶ୍ବରେ ଲୋକତନ୍ତ୍ରର ଆଧାର। ହେଲେ ଯେତେବେଳେ ପଚରା ଗଲା କଣ ଆଇଟିର ପଦକ୍ଷେପ ଲୋକତନ୍ତ୍ରର ଭାବନା ବା ମୂଲ୍ୟାୟନ ବିରୋଧୀ କି, ନେଡ କହିଥିଲେ, ବର୍ତ୍ତମାନ ଏହା ଉପରେ କୌଣସି ଟିପ୍ପଣୀ ଦେବା ସ୍ଥିତିରେ ନାହୁଁ।

ହେଲେ ଗତକାଲି ଆୟକର ବିଭାଗ ପକ୍ଷରୁ ବିବିସିର ଦିଲ୍ଲୀ, ମୁମ୍ବାଇ ତଥା ଅନ୍ୟ ଦୁଇଟି ଅଫିସରେ ୧୦ ଘଣ୍ଟା ଧରି କର ଚୋରି ସମ୍ବନ୍ଧରେ ଯାଞ୍ଚ କରାଯାଇଛି। କିନ୍ତୁ ଏହାକୁ ନେଇ ଇଣ୍ଡିଆ: ଦ ମୋଦି କ୍ବେଶ୍ଚିନ ଡକ୍ୟୁମେଣ୍ଟାରୀ ବିରୋଧୀ ପଦକ୍ଷେପ ବୋଲି କୁହାଯାଉଛି। ଯାହାକୁ ନେଇ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ସରକାରକୁ ଘେରିଛନ୍ତି।

Leave a Reply

Your email address will not be published. Required fields are marked *