ବସ୍ତା ବ୍ଲକ ସିଂଲା ପଞ୍ଚାୟତ ପଥ ଦୁର୍ଗା ପ୍ରାର୍ଥମିକ ବିଦ୍ୟାଳୟ ରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ । ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି । ସୁଚନା ଅନୁଯାୟୀ ଆଜି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ବିଦ୍ୟାରାଣି ଦେ ନାମକ ଜଣେ ପିଲାର ଡାଲିରେ ଏକ ଝିଟିପିଟି ବାହାରିଥିଲା,ସେ ପାଚିକାକୁ ଏ ବିଷୟରେ ଜଣାଇବା ପରେ ପାଚିକା ଜଣକ ସେ ଝିଟିପିଟି ଫିଙ୍ଗି ଦେଇ ସେହି ତରକାରୀ କୁ ଖାଇବାକୁ କହିଥିଲେ । ପିଲାମାନେ ସେହି ଖାଦ୍ୟ ଖାଇ ଘରକୁ ଆସିଥିଲେ । ଘରେ ପହଞ୍ଚିବାର କିଛି ସମୟ ପରେ ପ୍ରଥମେ ୩ ଜଣ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ, ସେମାନଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସନ୍ଧ୍ୟା ସମୟରେ ଆଉ ୧୭ ଜଣ ପିଲା ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ମଧ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସବୁଠାରୁ ବଡ଼କଥା ହେଉଛି ଦିନ ୧୧ ଟା ଠାରୁ ଏହି ଘଟଣା ଘଟିଥିଲେ ମଧ୍ୟ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ଡାକ୍ତରଖାନା ଆସି ନାହାଁନ୍ତି କି ଏବିଷୟରେ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ଅବିଭାବକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now