ଆସନ୍ତା କାଲି ଦେବସ୍ନାନ ପୂର୍ଣ୍ଣିମା, ସଜେଇ ହେଲାଣି ସ୍ନାନ ମଣ୍ଡପ

Spread the love

ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନକୁ । ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ । ଅନ୍ୟପଟେ ଆସନ୍ତାକାଲି ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ୱାରା ସେନାପଟା ଲାଗି କରାଯାଉଛି ।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହେବାକୁ ଥିବାରୁ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିବ ।

ଅନ୍ୟପଟେ ଆଜି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସ୍ଥିତିର ସମୀକ୍ଷା କରିଛ ପୋଲିସ । ସେପଟେ ନିଜେ ଜିଲ୍ଲାପାଳ ଉପସ୍ଥିତ ରହି ନୀତିକୁ ଶୃଙ୍ଖଳିତ କରିଥିବା ବେଳେ ଆସନ୍ତା କାଲି ସକାଳ ୬ଟା ସୁଧା ପହଣ୍ଡି ଶେଷ କରିବା ପାଇଁ କହିଛନ୍ତି ସେବାୟତ । କାଲି ଭୋର ସାଢ଼େ ୪ଟାରୁ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ । ଭୋର ୫ଟାରୁ ପହଣ୍ଡି ଆରମ୍ଭ ହୋଇ ୭ଟା ମଧ୍ୟରେ ଶେଷ ହେବାସହ ପହଣ୍ଡି ପରେ ମଙ୍ଗଳା ଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ପ୍ରତ୍ୟକ୍ଷ ସ୍ନାନନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ଅପରାହ୍ଣ ୩ଟାରେ ଛେରାପହଁରା ନୀତି ଓ ୩ଟା ୪୦ ମଧ୍ୟରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ । ପରେ ଦୁର୍ଲ୍ଲଭ ହାତୀବେଶକୁ ଭକ୍ତ ଶ୍ରଦ୍ଧାଳୁ ମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଣ୍ଟ ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ ।

Leave a Reply

Your email address will not be published. Required fields are marked *