ଓଲଟିଲା ଟ୍ରାକ୍ଟର, ଚାଷୀ ଗୁରୁତର

Spread the love

ଟ୍ରାକଟର ଓଲଟି ଚାଷି ଗୁରୁତର ଆହାତ । ଆହାତ ଚାଷି ଜଣକ ହେଲେ ପୋଲସରା ଥାନା ଅଧିନସ୍ତ ନୁଆଁପଲ୍ଲୀ ଗ୍ରାମର ଶୁଭମ ପ୍ରଧାନ । ଶୁଭମ ଙ୍କ ମା ଙ୍କ କହିବା ଅନୁଯାଇ ଶୁଭମ ନିଜର ଜମି ଚାଷ କରିବା ପାଇଁ ନିଜର ଟ୍ରାକଟର ଓ ଡ୍ରାଇଭର ନେଇ ମାଳ ତେନ୍ତୁଳିଆ ଗାଁ ନିକଟସ୍ଥ ଚାଷ ଜମିକୁ ଜାଇଥିଲେ । ଜମିରେ ଚାଷ କାର୍ଯ୍ଯ ସାରି ଏକ କେନାଲ ରାସ୍ତା ଦେଇ ନିଜ ଗ୍ରାମ ନୁଆଁ ପଲ୍ଲୀ କୁ ଫେରୁଥିବା ସମୟରେ ଟ୍ରାକଟର ଟି ଭାରସାମ୍ଯ ହରାଇ କେନାଲ ଭିତରକୁ ଓଲଟି ପଡିଥିଲା , ଯାହାଫଳରେ ଶୁଭମ ଗୁରୁତର ଆହାତ ହୋଇଥିଲେ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଥିବା ଜଣାପଡିଛି , ଶୁଭମ ପରିବାର ଲୋକଙ୍କୁ ଫୋନ କରି ଡାକିଥିଲେ ,ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶୁଭମ୍ ଙ୍କୁ ଉଧାର କରି ବୁଗୁଡା ମେଡିକାଲ କୁ ଆଣିଥିଲେ ।, ସେଠାରେ ଶୁଭମ୍ ଙ୍କ ସ୍ୱାସ୍ଥ୍ୟବସ୍ତା ଅତି ଗୁରୁତର ରହିଥିବା ହେତୁ ଶୁଭମ ଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନନ୍ତର କରାଯାଛି ।

Leave a Reply

Your email address will not be published. Required fields are marked *