ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ

ଆଜି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୋଦି । ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିନ ମୋଦିଙ୍କ ୩ ୟ କାର୍ଯ୍ୟକାଳର ପ୍ରଥମ ସ୍ବାଧୀନତା ଦିବସ ଅଭିଭାଷଣ । ଏଥି ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଙ୍କୁ ପଛରେ ପକାଇଦେଇଛନ୍ତି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୦ ଥର ତ୍ରିରଙ୍ଗା ଉତ୍ତଳନ କରିଥିଲେ ।ତେବେ ୧୭ ଥର ଓ ୧୬ ଥର ପତାକା ଉତ୍ତଳନ କରିଥିବା ଜବାହାରଲାଲ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କ ପଛରେ ମୋଦି ରହିଛନ୍ତି । ଉଦବୋଧନ ଏଥିବପାଇଁ ଗୁରୁତ୍ବ କାରଣ ପ୍ରଧାନମନ୍ତ୍ରୀ ତାଙ୍କ ସରକାରୀ କାର୍ଯ୍ୟ ସୂଚୀ ରୂପରେଖ ଏହି ଅବସରରେ ରଖନ୍ତି ଏବଂ ଗୁରୁତ୍ବପୂର୍ଣ୍ଣ ଜାତି ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଗୁଡିକୁ ମଧ୍ୟ ସମ୍ବୋଧିତ କରିଥାନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *