ପ୍ରଧାନମନ୍ତ୍ରୀଙ୍କ ଠାରୁ ଧନ୍ୟବାଦ ପତ୍ର ପାଇଲେ ଦୁଇ ଛାତ୍ରୀ

Spread the love

ପ୍ରଧାନମନ୍ତ୍ରୀଙ୍କ ଠାରୁ ଧନ୍ୟବାଦ ପତ୍ର ପାଇଲେ ଦୁଇ ଛାତ୍ରୀ । ବ୍ରହ୍ମପୁର ଉପକଣ୍ଠ କନିଷି ଗାଁର ଶିବ ପ୍ରସାଦ ଦଳେଇଙ୍କ ଝିଅ ଆରାଧ୍ୟା ଦଳେଇ ଓ ବ୍ରହ୍ମପୁର ନେହୁରୁ ନଗରର ମୀନତି ଦଳେଇଙ୍କ ଝିଅ କ୍ରୀଷ୍ଣା ଦେବୀ ଧନ୍ୟବାଦ ପତ୍ର ପାଇଛନ୍ତି । ଗତ ମେ ମାସ ୬ ତାରିଖରେ ନିର୍ବାଚନ ପ୍ରଚାର ନିମନ୍ତେ ବ୍ରହ୍ମପୁର ଉପକଣ୍ଠ କନିଷିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଥିଲେ । ଏହି ସମୟରେ ମୋଦୀଙ୍କୁ ଆରାଧ୍ୟା ମହିଳା ସଶକ୍ତିକରଣକୁ ନେଇ ଏକ ଫଟୋଚିତ୍ର ଓ କ୍ରୀଷ୍ଣା ମୋଦୀଙ୍କ ପୋଟ୍ରେଟ ପ୍ରଦାନ କରିଥିଲେ । ଫଟୋଚିତ୍ର ପାଇବା ପରେ ନିଶ୍ଚିତ ଭାବେ ଆଗାମୀ ଦିନରେ ଚିଠି ପଠାଇବେ ବୋଲି ମଞ୍ଚରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଘୋଷଣା ପ୍ରକାରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରାଧ୍ୟା ଓ କ୍ରୀଷ୍ଣାଙ୍କୁ ଧନ୍ୟବାଦ ପତ୍ର ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *