ବାଘ ଛାଲ ବିକ୍ରି ସମୟରେ ମାଡି ବସିଲା ବନବିଭାଗ , ୨ ଜଣ ଗିରଫ

Spread the love

ଛେଣ୍ଡିପଦା  ବନବିଭାଗ କୁ ବଡ ସଫଳତା । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଫୁଲଝରି ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରୁ ବାଘ ଛାଲ ବିକ୍ରି ସମୟରେ ମାଡି ବସିଲା ବନବିଭାଗ । ଗୋଟିଏ ବାଘ ଛାଲ ଜବତ ସହ ୨ଜଣ ବ୍ୟବସାୟୀ ଗିରଫ। ଗିରଫ ୨ଜଣ ହେଲେ ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର ସମିତି ସଭ୍ୟ ଯୁଗଳ ନାଏକ ବୋଲି ଜଣାପଡିଛି । ବାଘ କୁ କେଉଁ ଜଙ୍ଗଲ ରୁ ଶୀକାର କରାଯାଇଛି , କେତେ ଦିନ ହେଲାଣି କେଉଁଠି କି ବିକ୍ରୀ ହେଉଥିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବନ ବିଭାଗ ତଦନ୍ତ ଚଳାଇଛି ।  ଅନୁଗୋଳ ଡିଏଫଓ ନିତିଶ୍ କୁମାର ବାଘ ଛାଲ ବିକ୍ରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ  ଛେଣ୍ଡିପଦା ବନାଞ୍ଚଳ ତତ୍ୱାବଧାନରେ କଣିହାଁ ଓ ଜରପଡା ବନାଞ୍ଚଳ ଅଧିକାରୀଙ୍କ ସମେତ ୬ଟି ବନାଞ୍ଚଳ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରିବା ସହିତ ବାଘ ଛାଲ ବ୍ୟବସାୟୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ । ବନବିଭାଗ ବିଛାଇଥିବା ଜାଲରେ ପଡ଼ିଥିଲେ ବାଘ ବ୍ୟବସାୟୀ । ସେମାନଙ୍କ ନିକଟରୁ ଏକ କାଲରା ପତରିଆ ବାଘ ଛାଲ ଜବତ କରିବା ସହିତ ଧଉରାଖମଣ ଗ୍ରାମର ସମିତିସଭ୍ୟ ଯୁଗଳ ନାଏକ ଓ ହାଣ୍ଡିଗୋଡା ଗ୍ରାମର ଟିକନ ଗୋଛାୟତକୁ ବନବିଭାଗ ଗରିଫ କରି ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ତଦନ୍ତ ଚଳାଇଛନ୍ତି । ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଆସିଲା ସେ ନେଇ ସବିଶେଷ ତଥ୍ୟ ଜଣା ପଡିବ ବୋଲି ବନବିଭାଗ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *