ଆବୁରୋଡ/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ କହିଛନ୍ତି ଗତ ୯ ବର୍ଷ ମଧ୍ୟରେ ମାସରେ ହାରାହାରି ଗୋଟିଏ ମେଡିକାଲ କଲେଜ ଖୋଲିଛି । ଦେଶରେ ପୁର୍ବ ୯ ବର୍ଷ ମଧ୍ୟରେ ୩୦୦ରୁ ଅଧିକ ନୁଆ ମେଡିକାଲ କଲେଜ ସ୍ଥାପିତ ହୋଇଛି । ୨୦୧୪ ପୁର୍ବରୁ ସିଟ ସଂଖ୍ୟା ପାଖାପାଖି ୫୦,୦୦୦ ତୁଳନାରେ ଏବେ ୧ ଲକ୍ଷରୁ ଅଧିକ ଏମବିବିଏସ୍ ସିଟ ଅଛି ।
ପ୍ରଧାନମନ୍ତ୍ରୀ ରାଜସ୍ଥାନ ସ୍ଥିତ ଆବୁ ରୋଡରେ ବ୍ରହ୍ମକୁମାରି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ ଏହା ପୁର୍ବରୁ ଶାନ୍ତୀବନ ପରିସରର ପରିଦର୍ଶନ କରିଥିଲେ । ଏହାଛଡା ସେ ସୁପର ସ୍ପେଶାଲିଟି ଚାରିଟେବୁଲ ଗ୍ଲୋବାଲ ହସ୍ପିଟାଲ , ଶିବମଣି ବୃଦ୍ଧାଶ୍ରମ , ନାସିଂଗ କଲେଜ ସଂପ୍ରସାରଣର ଶିଳାନ୍ୟାସ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now