2000 ଟଙ୍କିଆ ନୋଟ୍ କୁ ଆରବିଆଇର କ୍ଲିନ୍ ନୋଟ୍ ପଲିସି ଅଧୀନରେ ପ୍ରତ୍ୟାହାର

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ “କ୍ଲିନ୍ ନୋଟ୍ ପଲିସି” ଅଧୀନରେ ଦୁଇ ହଜାର ଟଙ୍କା ମୂଲ୍ୟର ନୋଟକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । 2,000 ଟଙ୍କିଆ ନୋଟ୍ କିନ୍ତୁ ଲିଗାଲ୍ ଟେଣ୍ଡର ଭାବରେ ଜାରି ରହିବ।
ଆରବିଆଇ କହିଛି ଯେ ଜନସାଧାରଣ ସଦସ୍ୟମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ 2,000 ଟଙ୍କିଆ ନୋଟ ଜମା କରିପାରିବେ କିମ୍ବା କୌଣସି ବ୍ୟାଙ୍କ ଶାଖାରେ ଅନ୍ୟ ନାମର ନୋଟ୍ ବଦଳାଇ ପାରିବେ।
ଗତକାଲି ପ୍ରକାଶିତ ଏକ ବିବୃତ୍ତିରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କାର୍ଯ୍ୟକ୍ଷମ ସୁବିଧା ସୁନିଶ୍ଚିତ କରିବା ଏବଂ ବ୍ୟାଙ୍କ ଶାଖାଗୁଡ଼ିକର ନିୟମିତ କାର୍ଯ୍ୟକଳାପରେ ବାଧା ସୃଷ୍ଟି ନକରିବା ପାଇଁ 23 ମଇ, 2023 ରୁ ଯେକୌଣସି ବ୍ୟାଙ୍କରେ ଏକା ସମୟ 2000 ଟଙ୍କିଆ ନୋଟକୁ ଅନ୍ୟ ମାନର ନୋଟରେ ବିନିମୟ 20,000 ଟଙ୍କାର ସୀମା ପର୍ଯ୍ୟନ୍ତ କରାଯାଇପାରିବ ।
ଆରବିଆଇ କହିଛା ଯେ, ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ସମୟ ଯୋଗାଇବା ପାଇଁ ସମସ୍ତ ବ୍ୟାଙ୍କ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ 2000 ଟଙ୍କା ନୋଟ ଜମା କିମ୍ବା ବିନିମୟବ ସୁବିଧା ଯୋଗାଇ ଦେବେ ।