ଓଡ଼ିଶା

୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଗତକାଲି ଠାରୁ ଦୁଇ ଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତକେଲା ,ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା, କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।

ପ୍ରଥମେ ପାଣ୍ଡିଆନ୍ ଉତକେଲା ବିମାନ ଘାଟିର ବିକାଶ କାମ ଅନୁଧ୍ୟାନ କରିଥିଲେ । କଳାହାଣ୍ଡିକୁ ଏୟାର କନେକ୍ଟିଭିଟିର ବିକାଶ ପାଇଁ ଉତକେଲା ବିମାନ୍ ଘାଟି ରନୱେ ର ସମ୍ପ୍ରସାରଣ କାମ ଊରମ ୨୩ ସୁଦ୍ଧା ଶେଷ କରିବାକୁ ୫ଟି ସଚିବ ପରାମର୍ଶ ଦେଇଥିଲେ ।

ପରେ ପାଣ୍ଡିଆନ୍ ବେଲଖଣ୍ଡିର ପ୍ରସିଦ୍ଧ ଉମା ମହେଶ୍ୱର ଧବଳେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟ ମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲା ପାଳଙ୍କୁ ପରାମର୍ଶ ଦେଇଥିଲେ ।

ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତର କାମ ୫ଟି ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ଛ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନିରାମୟ କେନ୍ଦ୍ରରେ ମାଗଣା ଔଷଧ ବଂଟନ କାମ ଅନୁଧ୍ୟାନ କରିଥିଲେ । ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାନ୍ଦୁଲ ବ୍ୟାରେଜ କାମର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ । ମାର୍ଚ ୨୪ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତୃପକ୍ଷ ତାଙ୍କୁ ଅବଗତ କରିଥିଲେ ।

ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ର ୨୯ ଟି ଗାଆଁର ଚାଷ ଜମିକୁ ଦ୍ୱାରା ପାଣି ମିଳିପାରିବ ।

ଏହି ଅବସରରେ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published.

Back to top button