ପୁରପଲ୍ଲୀରେ ପାଳିତ ହେଲା ସାବିତ୍ରୀ

Spread the love

ଆଜି ପବିତ୍ର ସାବିତ୍ରୀ ବ୍ରତ । ଶଙ୍ଖା ସିନ୍ଦୂରକୁ ବଜ୍ର କରିବା ପାଇଁ ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଥାନ୍ତି ସଧବା ନାରୀ । ଆଜି ଦିନଟି ପ୍ରତି ସଧବାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ବ୍ରତ ନେଇ ଚଳଚଞ୍ଚଳ ହୋଇଛି ପୁର ପଲ୍ଲୀ । କଳାହାଣ୍ଡିରେ ମଧ୍ୟ ଏହି ବ୍ରତକୁ ଉତ୍ସାହର ସହିତ ପାଳିଛନ୍ତି ବିବାହିତା ମହିଳା । ବ୍ରତ ପାଇଁ ଦେବାଳୟରେ ପୂଜା କରିବା ସହ ଆଉ କିଏ ବଟ ବୃକ୍ଷ ତ ଆଉ କିଏ ତୁଳସୀ ଚଉଁରା ମୂଳେ ପୂଜା କରିଛନ୍ତି । ବିଭିନ୍ନ ସ୍ଥାନରେ ବିବାହିତା ମହିଳା ମାନେ ଏକତ୍ରିତ ହୋଇ ଏହି ବ୍ରତ ପାଳିଛନ୍ତି । ଧୂପ ଦୀପ ନୈବେଦ୍ୟରେ ଚହଟି ଉଠିଥିଲା ପୁରା ପରିବେଶ। ଉପବାସ ରହି ଭକ୍ତି ଆଉ ନିଷ୍ଠାର ସହ ପୂଜାର୍ଚ୍ଚନା ସାଙ୍ଗକୁ ସ୍ୱାମୀଙ୍କ ମଙ୍ଗଳକାମନା କରିଛନ୍ତି ମହିଳା । ସାବିତ୍ରୀ ପାଇଁ ସଧବା ନାରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ଓ ଉଦ୍ଦୀପନା ।

Leave a Reply

Your email address will not be published. Required fields are marked *