କୁହୁଡି ପାଇଁ ଉତ୍ତର ଭାରତରେ ଭିଜିବିଲିଟି କମୁଛି

Spread the love

ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଥଣ୍ଡା ପୂର୍ବରୁ ପ୍ରବଳ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। କୁହୁଡି କାରଣରୁ ଯାତାୟାତରେ ବାଧାସୃଷ୍ଟି ହୋଇଛି। ଫଳରେ ସହରରେ ଅରନିଆ ଥାନା ଅଧୀନ ଦଶହରା ପ୍ଲାଇଓଭରରେ ନିଜ ଡର୍ଜନ ଯାନବାହନ  ମଧ୍ୟରେ ଧକ୍କା ହୋଇଛି। ପୁଲିସ ଘଟଣାସ୍ଥଳରୁ ଆହତକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ଏଥିରେ କାହାରି ଜୀବନ ହାନୀ ଘଟିନାହିଁ।

ସହରରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ରାସ୍ତାରେ ଭିଜିବିଲିଟି ହ୍ରାସ ପାଇଛି। ଫ୍ଲଇଓଭର ଉପରେ ଏହି କାରଣରୁ ଟ୍ରକ, କାର, ବସ ଓ ଅନ୍ୟ ବାହନ ମଧ୍ୟରେ ଧକ୍କା ଘଟିଛି।  ଉତ୍ତର ଭାରତରେ ଥଣ୍ଡା ବଢିବା ସହ ପ୍ରବଳ କୁହୁଡି ହେଉଛି।

ଜମ୍ମୁ କାଶ୍ମୀର, ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶରେ କୁହୁଡିର ଆସ୍ତରଣ ପାଇଁ ଭିଜିବିଲିଟି କେତେକ ସ୍ଥାନରେ ୧୦୦ ମିଟରରୁ କମ ହୋଇଛି। ତେଣୁ ଅନେକ ବିମାନ ଚଳାଳଚକୁ ରଦ୍ଦ କରାଯାଇଥିବା ବେଳେ ଅନେକ ବିଳମ୍ବରେ ବିମାନ ବନ୍ଦର ଛାଡିଛି। ସେହିପରି  ଏଥିସହ ବହୁ ସହରରେ ତାପମାତ୍ରାରେ  ହ୍ରାସ ଘଟୁଛି ୫ ଡିଗ୍ରୀ ତଳକୁ ରେକର୍ଡ କରାଯାଇଛି। ।

ମଙ୍ଗଳବାର ସକାଳୁ ଆଇଜିଆଇ ବିମାନବନ୍ଦର କର୍ତ୍ତୃପକ୍ଷ ଟ୍ବିଟ କରି କୁହାଯାଇଛି କି, ଦିଲ୍ଲୀ ବିମାନବନ୍ଦରରେ କମ ଦୃଶ୍ୟମାନତା ରହିଛି କୁହୁଡି ପାଇଁ। ତଥାପି ସମସ୍ତ ବିମାନଚଳାଚଳ ସାମାନ୍ୟ ରହିଛି। ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି କି, ସେମାନେ ବିମାନ ଉଡାଣ ସମ୍ବନ୍ଧରେ ଏୟାର ଲାଇନ୍ସ ସହ ସମ୍ପର୍କ କରନ୍ତୁ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ସକାଳ ସାଢେ ପାଞ୍ଚଟାରେ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଦୃଶ୍ୟମାନ ୫୦ ମିଟର ରେକର୍ଡ କରାଯାଇଛି।  ସାଟେଲାଇଟ ଚିତ୍ରରେ ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଘନ କୁଡୁଡି ଦେଖା ଦେଇଛି।

Leave a Reply

Your email address will not be published. Required fields are marked *