ପୁଲିସ ଗୁଳିରେ ଆଦିବାସୀ ଯୁବକଙ୍କ ମୃତ୍ୟୁ: ୧୦ ଲକ୍ଷ ସହାୟତା ପ୍ରଦାନ

Spread the love

ଇନ୍ଦୋର: ମଧ୍ୟପ୍ରଦେଶର ଡୋଙ୍ଗାରଗାଓଁରେ ବୁଧବାର ରାତିରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଅନୁସୂଚିତ ଜାତି ଯୁବକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଗୁରୁବାର ପ୍ରଦାନ କରିଛନ୍ତି ଇନ୍ଦୋର ଜିଲ୍ଲାପାଳ ଇଲାୟାରାଜା ଟି। ମୃତ ଯୁବକ ଭେରୁଲାଲ(୧୮) ଭାବେ ଚିହ୍ନଟ କରାଯାଇଛି।

ଜିଲ୍ଲାର ମହୁ ଅନ୍ତର୍ଗତ ଡୋଙ୍ଗାରଗାଓଁରେ ବୁଧବାର ଜଣେ ମହିଳାଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିଲା। ଏହାକୁ ବିରୋଧ କରି ଗ୍ରାମର ବହୁ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ମୃତଦେହକୁ ଆଦିବାସୀମାନେ ପୁଲିସ ଆଉଟ ପୋଷ୍ଟ ସମ୍ମୁଖରେ ରଖି ଅଭିଯୁକ୍ତକୁ ସେମାନଙ୍କ ଜିମା ଦେବାକୁ ଦାବି କରିଥିଲେ। ଏହି ସମୟରେ କିଛି ପ୍ରଦର୍ଶନକାରୀ ପୁଲିସ ଉପରକୁ ପଥର ମାଡ କରିଥିଲେ। ଫଳରେ ପୁଲିସ ଲୋକଙ୍କୁ ଘଉଡାଇବାକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ। କିନ୍ତୁ ଭିଡ ଆହୁରି ଉଗ୍ର ହୋଇଉଠିଥିଲା ଓ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏହାକୁ ଦେଖି ପୁଲିସ ନିଜ ଆତ୍ମରକ୍ଷା ପାଇଁ ଫାୟାରିଂ କରୁଥିବା ବେଳେ ଜଣେ ୧୮ ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ସେହି ଅଞ୍ଚଳରେ ୧୪୪ ଜାରି କରିଛି। ଜିଲ୍ଲାପାଳ ଗୁରୁବାର ମୃତ ଯୁବକଙ୍କ ପରିବାରକୁ ଙେଟି ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ମୃତକଙ୍କ ଭାଇ ଭଉଣୀଙ୍କ ପାଠପଢା, ହସ୍ପିଟାଲ ଆଦି ଖର୍ଚ୍ଚ କରିବ ପ୍ରଶାସନ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *