ରାଜ୍ୟରେ ୪ ହଜାରରୁ ଅଧିକ ମକଦ୍ଦମା ବାଲ୍ୟ ବିବାହ ସମ୍ବନ୍ଧିତ

Spread the love

ଗୌହାଟୀ: ଆସାମରେ ବଢୁଛି ବାଲ୍ୟ ବିବାହ ମାମଲା। ବାଲ୍ୟ ବିବାହ ମାମଲାକୁ ରୋକିବାକୁ ଅଣ୍ଟା ଭିଡିଛନ୍ତି ଆସାମ ସରକାର। ଆସାମରେ ବାଲ୍ୟ ବିବାହ ଆଇନ ଉଲ୍ଲଙ୍ଘନ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାକୁ ନେଇ ଚିନ୍ତାରେ ସରକାର। ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ମକଦ୍ଦମା କେବଳ ବାଲ୍ୟ ବିବାହ ଆଇନରେ ରୁଜୁ ହୋଇଛି। ଏହି ସବୁ ମାମଲା ବାଲ୍ୟ ବିବାହ ଆଇନର ଉଲ୍ଲଘଂନ କରି ରୁଜୁ ହୋଇଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଶୁକ୍ରବାର ସୁଦ୍ଧା ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ବାଲ୍ୟ ବିବାହ କାରଣରୁ ସୃଷ୍ଟି ହେଉଥିବା ବିପଦକୁ ନେଇ ଚିନ୍ତିତ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୫ ଜିଲ୍ଲାରେ ବାଲ୍ୟ ବିବାହ ଆଇନର ଉଲ୍ଲଘଂନ ମାମଲାରେ ୪୦୦୪ଟି ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ବାବଦରେ ଅବଗତ ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲ୍ୟ ବିବାହକୁ ରୋକିବା ଏକ ଦୃଢ ସଂକଳ୍ପ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *