କ୍ରିକେଟ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସୃଙ୍ଖଳାରୁ ବିଶ୍ରାମ ପରେ ସ୍ୱଦେଶ ଫେରିଲେ ମହମ୍ମଦ ସିରାଜ

ବ୍ରିଜ୍ ଟାଉନ୍ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ତାରକା ଦ୍ରୁତ ବୋଲର ମହମ୍ମଦ ସିରାଜ ଫେରିଛନ୍ତି ଘରକୁ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀଅ ସୃଙ୍ଖଳା ପାଇଁ ସିରାଜଙ୍କୁ ଦଳରୁ ବିଶ୍ରାମ ଦିଆଯାଇଛି ।

ସିରାଜଙ୍କ ସମେତ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କ୍ୟ ରାହାଣେ, କେ.ଏସ୍ ଭରତ ଏବଂ ନବଦୀପ ସେନି ମଧ୍ୟ ଘରକୁ ଫେରିଛନ୍ତି । ସିରିଜ ଏହି ଦିନିକିଆ ସିରିଜରେ ପେସ୍ ଆକ୍ରମଣର ନେତୃତ୍ୱ ନେବେ ବୋଲି ଆଶା କରାଯାଉଥିଲା ଯେଉଁଥିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଜୟଦେବ ଉନାଦକତ, ଶାର୍ଦ୍ଦୁଲ ଠାକୁର, ମୁକେଶ ଏବଂ ଉମ୍ରାନ ମଲିକ ମଧ୍ୟ ସାମିଲ ଥିଲେ । ମହମ୍ମଦ ଶାମିଙ୍କୁ ମଧ୍ୟ ବିଶ୍ରାମ ଦେଇଛି ଚୟନକର୍ତ୍ତା କମିଟି ।

ବିସିସିଆଇ ସିରାଜ୍ ଙ୍କ  କାର୍ଯ୍ୟ ଭାର କାରଣରୁ ଏହି ଦିନିକିଆ ସିରିଜରୁ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ।

ଅଗଷ୍ଟ ଶେଷରୁ ସେପ୍ଟେମ୍ବର ମଧ୍ୟଭାଗରେ ଭାରତ ଏସିଆ କପ୍ ଖେଳିବାର କାର୍ଯ୍ୟକ୍ରମ ରହିଛି, ତା’ପରେ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜ୍ ଖେଳିବ। ଏଥି ସହିତ ଅକ୍ଟୋବରରେ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ ।

କାରିବିଆନ୍ ଗସ୍ତରେ ଟି – ୨୦ ଦଳରେ ଅନ୍ତର୍ଭୁକ୍ତ ହୋଇନଥିବା ସିରାଜ ଦୁଇଟି ଟେଷ୍ଟରେ ସାତୋଟି ୱିକେଟ୍ ନେଇଥିଲେ, ଯେଉଁଥିରେ ପୋର୍ଟ-ଅଫ୍-ସ୍ପେନର ଏକ ଫ୍ଲାଟ ପିଚରେ ପ୍ରଥମ ଇନିଂସରେ ପାଞ୍ଚ ୱିକେଟ୍ ନେଇଥିଲେ ।

ମାର୍ଚ୍ଚ ୨୦୨୨ ରେ ସିରାଜଙ୍କ ଶେଷ ଦିନିକିଆ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ସେଥିରେ ସେ ପାଞ୍ଚଟି ୱିକେଟ୍ ନେଇ ସିରିଜ୍ ଶେଷ କରିଥିଲେ । ୨୦୨୨ ଆରମ୍ଭରୁ ସିରାଜ ୪୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ଯାହାକି ଅନ୍ୟ କୌଣସି ଭାରତୀୟ ବୋଲରଙ୍କ ଅପେକ୍ଷା ଅଧିକ ରହିଛି ।

Related Articles

Leave a Reply

Your email address will not be published.

Back to top button