କୋର୍ଟଜାତୀୟ

୩ ଦିନରେ ୪୪ ବିଚାରପତିଙ୍କ ନାମ ତାଲିକା ପଠାଯିବ: କେନ୍ଦ୍ର

ନୂଆଦିଲ୍ଲୀ: ଆସନ୍ତା ତିନି ଦିନରେ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତ ହେବାକୁ ଥିବା ୪୪ ବିଚାରପତିଙ୍କ ନାମ ସ୍ପଷ୍ଟ କରାଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି କେନ୍ଦ୍ର। ଆଇନ ଭିତ୍ତିଭୂମି ପାଳନ ଓ ବିଳମ୍ବିତ ବ୍ୟବସ୍ଥାକୁ ନେଇ ସର୍ବୋଚ୍ଚ କୋର୍ଟ କେନ୍ଦ୍ରକୁ ଜବାବ ତଲବ କରିଥିଲେ। ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ଦାଖଲ ଏକ ଯାଚିକାରେ ଶୁଣାଣି କରି ସୁପ୍ରିମକୋର୍ଟ ସରକାରକୁ ଯଥାଶୀଘ୍ର ସମସ୍ତ ସ୍ଥଗିତ ନାମ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟଙ୍କ ସମ୍ମୁଖରେ ସଲିସିଟର ଜେନେରାଲ ଆର ଭେଙ୍କଟରମାଣୀ ଆଶ୍ବାସନା ଦେଇଥିଲେ କି, କେନ୍ଦ୍ର ନିକଟରେ  ବିଭିନ୍ନ ହାଇକୋର୍ଟର କଲେଜିୟମ ଦ୍ବାରା ୧୦୪ ନାମର ସୁପାରିଶ ପଡିରହିଥିବା ବେଳେ ୪୪ ଜଣଙ୍କ ନାମ ତାଲିକା ଚଳିତ ସପ୍ତାହ ମଧ୍ୟରେ  ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରାଯିବ।  

ତେବେ ଯେତେବେଳେ ଜଷ୍ଟିସ ଏସ କେ କାଉଲ ଓ ଏଏସ ଓକା ସଲିସିଟର ଜେନେରାଲଙ୍କୁ ସୁପ୍ରିମ କୋର୍ଟକୁ ପଦୋନ୍ନତି ପାଇଁ କଲେଜିୟମ ଦ୍ବାରା ସୁପାରିଶ ହୋଇଥିବା ୫ ବିଚାରପତିଙ୍କ ସମ୍ବନ୍ଧରେ ପ୍ରଶ୍ନ କରିଥିଲେ, ଏହା ଉପରେ ନ୍ୟାୟିକ ଅଧିକାରୀ କହିଥିଲେ କି, ଏଥିରେ ମତପାର୍ଥକ୍ୟ ରହିଛି।

ସେ ଆହୁରି କହିଥିଲେ କି, ଏ ପ୍ରସଙ୍ଗରେ ମୋତେ କିଛି କାଳ ଦିଆଯାଇ ପାରେ କି? ମୋତେ କିଛି ସୂଚନା ଦିଆଯାଇଛି, କିନ୍ତୁ ମୋର ଏହା ଉପରେ ଭିନ୍ନ ମତ ରହିଛି। ଆସନ୍ତା ଫେବୃଆରୀ ୩ରେ ମାମଲା ଉପରେ ପୁନଃ ଶୁଣାଣି ହେବ।

ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରପତିଙ୍କ ଏକ କମିଟି ଗତ ମାସରେ ସୁପ୍ରିମ କୋର୍ଟକୁ ରାଜସ୍ଥାନ ଓ ପାଟନା ହାଇକୋର୍ଟର ବିଚାରପତି ପଙ୍କଜ ମିଥଲ ଓ ସଞ୍ଜୟ କାରୋଲଙ୍କ ସମେତ ୫ ଜଣଙ୍କ ନାମ ପଦୋନ୍ନତି ପାଇଁ ସୁପାରିଶ କରିଥିଲେ। କିନ୍ତୁ ଏହାକୁ ନେଇ କେନ୍ଦ୍ର ଓ ସୁପ୍ରିମ କୋର୍ଟ ମଧ୍ୟରେ ବିବାଦ ଠିଆହୋଇଥିଲା।

କେନ୍ଦ୍ର ଆଇନ ମନ୍ତ୍ରୀ କହିଥିଲେ, ବିଚାରପତି ନିଯୁକ୍ତି ବିଚାର ପତି କରିବା ଏକ ଆଦର୍ଶ ବ୍ୟବସ୍ଥା ନୁହେଁ। ଏହା ଉପରେ ଗତ ମାସରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ କଲେଜିୟମ ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତି ଦେଶର ଆଇନ ଓ ଏହା ବିରୋଧରେ ମତ ଦେବା ଠିକ ନୁହେଁ।

ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି କି, ପ୍ରତି ବ୍ୟବସ୍ଥାରେ ଏହାର ନିଜସ୍ବ ବିଧାନ ରହିଛି,  ଏହାର ଅନୁପାଳନ ହେବା ଦରକାର।  ଯଦି ଏଥିରେ ନୂତନତ୍ବ ଆଣିବାକୁ ଚାହୁଁଛନ୍ତି, ତେବେ ବିଧାନସଭା ଏହା କରିପାରେ।

ଏସମ୍ପର୍କରେ ୨୦୨୧ ଏପ୍ରିଲରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ କୁହାଯାଇଥିଲା କି, , ଯଦି କଲେଜିୟମର ସୁପାରିଶ ସହ ସର୍ବସମ୍ମତି ରହିଥିବ ତେବେ କେନ୍ଦ୍ର ବିଚାରପତିଙ୍କ ନିଯୁକ୍ତି ୩-୪ ସପ୍ତାହ ମଧ୍ୟରେ କରିପାରେ।

Related Articles

Leave a Reply

Your email address will not be published.

Back to top button