ଟ୍ରକ୍ ବସ୍ ମୁହାଁମୁହିଁ ଧକ୍କା, ୮ ମୃତ

Spread the love

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖୀମପୁର ଖେରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଖେରୀ ନିକଟରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ହୋଇଥିଲା ମୁହାଁମୁହିଁ ଧକ୍କା। ସ୍ଥାନୀୟ ପ୍ରଶାସନ, ପୁଲିସ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି।

ଏହ ଯାତ୍ରୀବାହି ଘରୋଇ ବସ କିଛି ଯାତ୍ରୀଙ୍କୁ ନେଇ ଧାରୁହେରାରୁ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା କରୁଥିଲା। ରାସ୍ତାରେ ଏରା ବ୍ରିଜ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅସ୍ଥାର ସଂଗୀନ ରହିଛି। ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଲଖୀମପୁର ଖେରୀ । 

ଏହି ଦୁର୍ଘଟଣା ବୁଧବାର ସକାଳ ପ୍ରାୟ ୭.୩୦ରେ ଘଟିଛି। ବସ ଭିତରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଗୁରୁତରଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *