ଅପରାଧଜାତୀୟରାଜନୀତି

ଅତିକ ଅହମଦ ପୁଅ ଅସଦକୁ ଗୁଳିକରି ହତ୍ୟା

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡ ର ମୋଷ୍ଟ ୱାଣ୍ଟେଡ  ଅଭିଯୁକ୍ତ ଅସଦ ଅହମ୍ମଦ ଓ ତାର ଜଣେ ସହଯୋଗୀକୁ ଗୁଳିକରିଛି ପୋଲିସ । ଆଜି ଉତ୍ତର ପ୍ରଦେଶର ଝାନସୀ ଠାରେ ଅତିକ ଅହମ୍ମଦର ପୁଅ ଅସଦ ଏବଂ ତାର ସହଯୋଗୀ ଗୁଲାମଙ୍କୁ ଗୁଳିକରିଥିଲା ପୋଲିସ  । ପୁଅର ହତ୍ୟା ଖବର ଶୁଣି କୋର୍ଟରେ କାନ୍ଦି ପକାଇଲେ ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ଅତିକ ଅହମଦ  । ଏହି ଦୁଇଜଣ ଉମେଶ ପାଲ ହତ୍ୟାକାଣ୍ଡର ମୋଷ୍ଟ ୱାଣ୍ଡଡ ଅଭିଯୁକ୍ତ ଥିଲେ । ଏବଂ ଏମାନଙ୍କ ମୁଣ୍ଡରେ 5 ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା  । ତେବେ ଆଜି ୟୁପି ପୋଲିସର ଏସଟିଏଫ ଟିମ ଦ୍ୱାରା ଉଭୟଙ୍କର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି ।

ଆଜି ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଅହମ୍ମଦ ଏବଂ ତାର ଭାଇକୁ ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ କୋର୍ଟ ଉଭୟଙ୍କୁ 14 ଦିନିଆ ବିଭାଗୀୟ ଜେଲକୁ ପଠାଇଛନ୍ତି  । କୋର୍ଟରେ ଥିବାବେଳେ ନିଜ ପୁଅର ହତ୍ୟା ଖବର ଶୁଣି କାନ୍ଦି ପକାଇଥିଲେ ଅତିକ ।

ଅପରପକ୍ଷେ ଅଭିଯୁକ୍ତଙ୍କ ଏନକାଉଁଟର ପରେ ଉତ୍ତରପ୍ରଦେଶର ମଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉମେଶ ପାଲଙ୍କ ମା ଓ ପତ୍ନୀ । ପ୍ରୟାଗରାଜରେ ଉମେଶ ପାଲଙ୍କ ମା କହିଛନ୍ତି ଏବେ ମୋ ପୁଅର ଅଭିଯୁକ୍ତଙ୍କୁ ଉଚିତ ଶାସ୍ତି ମିଳିଛି । ଏଥିପାଇଁ ଆମେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ।  ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ସଂପୂର୍ଣ୍ଣ ଭରଷା ରହିଛି ସେ ଆଗକୁ ମଧ୍ୟ ଆମକୁ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି ଉମେଶ ପାଲଙ୍କ ମା ।

ତେବେ ଚଳିତ ବର୍ଷ ଫେବୃଆରୀ 24ରେ ଉମେଶ ପାଲ ଏବଂ ତାଙ୍କ ସୁରକ୍ଷାରେ ନିଯୁକ୍ତରେ ଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ବିଚି ରାସ୍ତାରେ ହତ୍ୟା କରାଯାଇଥିଲା । ଏଥିରେ ଅତିକଙ୍କ ପୁଅ ଅସଦ ଓ ତାର ସହଯୋଗୀମାନେ ସାମିଲ ଥିବା ଅଭିଯୋଗ ହେଇଥିଲା ।

Related Articles

Leave a Reply

Your email address will not be published.

Back to top button