ଅପରାଧଜାତୀୟରାଜନୀତି

ପୁଅର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଛି ଅତିକ୍

GANGSTER ENCOUNTER..PKG..PRADEEP/BBSR

() ଉମେଶ ପାଲ୍ ହତ୍ୟା ମାମଲାର ପ୍ରାୟ ୨ ମାସ ପରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୁଅ ଅସଦକୁ ଏନକାଉଣ୍ଟର କରାଯାଇଛି। ହତ୍ୟା ମାମଲାରେ ଅସଦକୁ ପୁଲିସ ଖୋଜୁଥିଲା ବେଳେ ୬ଟି ସହର ଓ ୧୦ଟି ସିମ୍ କାର୍ଡ ବଦଳାଇଥିଲା ଅସଦ। ତେବେ ପୁଅର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଛି ଅତିକ୍। ସେହିଭଳି ଅସଦର ସହଯୋଗୀ ସାର୍ପସୁଟର ଗୁଲାମ ବି ଏନକାଉଣ୍ଟରର ଶୀକାର ହେବା ପରେ ଗୁଲାମର ମାଆ ବି କହିଛନ୍ତି, କୌଣସି ଅପରାଧୀ ପ୍ରତି ସରକାରଙ୍କ ଏଭଳି ଆକ୍ସନ ବିଲକୁଲ ଯଥାର୍ଥ।

ଫେବୃଆରୀ ୨୪ରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା। ଆଉ ୨୫ରେ ଏହି ହତ୍ୟା ଘଟଣାକୁ ନେଇ ବିଧାନସଭାର ବଜେଟ୍ ଅଧିବେଶନରେ ଯୋଗୀ ସରକାରଙ୍କୁ ଘେରିଥିଲେ ସପା ମୁଖ୍ୟ ଅଖିଳେଶ ଯାଦବ। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ କହିଥିଲେ। ଆଉ ରାଜ୍ୟର ମାଫିଆଙ୍କୁ ମାଟିରେ ମିଶାଇଦେବୁ ବୋଲି ଏଭଳି ଢଙ୍ଗରେ କହିଥିଲେ ଯୋଗୀ। ଯୋଗୀଙ୍କ ମନ୍ତବ୍ୟର ଏହି ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। କାରଣ ଅଭିଯୁକ୍ତଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରଷ୍କାର ରଖିଥିଲେ ସରକାର। ଆଉ ଶେଷରେ ଅତିକ ଅହମଦର ପୁଅ ଅସଦ ଓ ତାହାର ସହଯୋଗୀ ସାର୍ପସୁଟର ଗୁଲାମକୁ ଏନକାଉଣ୍ଟର କରିଛି ଏସଟିଏଫ। ଗ୍ୟାଙ୍ଗଷ୍ଟରରୁ ରାଜନେତା ସାଜିଥିବା ଅତିକ ଅହମଦର ମାଫିଆ ସାମ୍ରାଜ୍ୟ ଭୁଷୁଡ଼ିବାରେ ଲାଗିଛି ପୁଅ ଅସଦକୁ ଏନକାଉଣ୍ଟର ଖବର ଶୁଣି ଅତିକ ପ୍ରୟାଗରାଜ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ କାନ୍ଦି ପକାଇଥିଲେ ଆଉ କହିଛନ୍ତି କି, ପୁଅର ମୃତ୍ୟୁ ଲାଗି ସେ ହିଁ ଦାୟୀ ପୁଅର ଶେଷକୃତ୍ୟରେ ସାମିଲ୍ ହେବାକୁ କୋର୍ଟରୁ ଅନୁମତି ଲୋଡ଼ିଥିଲେ। ମେଡିକାଲରେ ପହଞ୍ଚିବା ଆଗରୁ ପ୍ରାୟ ୨ ଘଣ୍ଟା ଆଗରୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ଶବ ବ୍ୟବଛେଦରୁ ଅସଦ ଦେହରେ ଦୁଇଟି ଗୁଳି ଓ ଗୁଲାମ ଦେହରେ ଗୋଟିଏ ଗୁଳି ଲାଗିଥିବା କହିଛନ୍ତି ମେଡିକାଲ ଅଫିସର।

ଅତିକ ଅହମ୍ମଦର ଭଉଣୀ ଆୟେଶା ନୁରିଙ୍କ ଝିଅ ସହ ଅସଦର ବିବାହ ସ୍ଥିର ହୋଇଥିଲା ଗଲାବର୍ଷ ଉଭୟଙ୍କ ନିର୍ବନ୍ଧ ବି ସରିଥିଲା କିନ୍ତୁ ବିବାହ ପୂର୍ବରୁ ଏନକାଉଣ୍ଟରରେ ଅସଦର ଜୀବନ ଯାଇଛି ସେପଟେ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ୬୦ ବର୍ଷୀୟ ଅତିକଙ୍କୁ ଗୁଜରାଟର ସାବରମତି ଜେଲରୁ ମାସକ ଭିତରେ ଦ୍ୱିତୀୟ ଥର ପାଇଁ ପ୍ରୟାଗରାଜକୁ ଅଣାଯାଇଥିଲା। ଗୁରୁବାର ଅତିକ୍ ତାଙ୍କ ଭାଇ ଅସ୍ରଫଙ୍କୁ ୧୪ ଦିନିଆ ପୁଲିସ ହାଜତକୁ ପଠାଇ ଦିଆଯାଇଥିଲା ଗଣମାଧ୍ୟମ ପାଇଁ ସେ ସୁରକ୍ଷିତ ଥିବା କହିଥିଲେ ଅତିକ୍। କିନ୍ତୁ ତାଙ୍କ ପରିବାର ପୁରା ଛାରଖାର ହୋଇଗଲା ବୋଲି ଅନୁତପ୍ତ ବି ଥିଲେ।

ସେପଟେ ଏନକାଉଣ୍ଟରର ଶୀକାର ହୋଇଥିବା ଅସଦର ସହଯୋଗୀ ସାର୍ପସୁଟର ଗୁଲାମର ମାଆ କହିଛନ୍ତି, ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ବିଲକୁଲ ଯଥାର୍ଥ। ସମସ୍ତ ଗ୍ୟାଙ୍ଗଷ୍ଟର ଅପରାଧିଙ୍କୁ ଏଭଳି ଶିକ୍ଷା ଦେବା ଦରକାର ମୋ ପୁଅ ଅତିକ ଅହମଦ ଗ୍ୟାଙ୍ଗ ଲାଗି କାମ କରୁଥିଲା, ସେ ବାବଦରେ ସେ ଜାଣିନଥିଲେ। ସେଥିଲାଗି ସେ ନିଜ ପୁଅର ମୃତଦେହ ଗ୍ରହଣ କରିବେନି ଗୁଲାମର ପତ୍ନୀ ଶବକୁ ଗ୍ରହଣ କରିପାରେ।

ୟୁପିରେ ଗ୍ୟାଙ୍ଗଷ୍ଟରଙ୍କୁ ନିପାତ କରିବାକୁ ଯୋଗୀ ସରକାର ଗୋଟିଏ ପଟେ ଶକ୍ତ ହେଉଥିଲା ବେଳେ ଆଇନ ଓ ନ୍ୟାୟାଳୟ ଉପରେ ଭରସା ନଥିବାରୁ ଏଭଳି ମିଛ ଏନକାଉଣ୍ଟର ଆୟୁଧ ସାଜିଛି ବୋଲି ବିରୋଧୀ ଆରୋପ ଲଦୁଛନ୍ତି। ୟୁପି ପୁଲିସର ଏକ ରିମାଣ୍ଡ କପିରୁ ଅତିକ୍ ଅହମ୍ମଦର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ତୋଏବା ସହ ସଂପୃକ୍ତି ଥିଲା ବୋଲି ଜଣାପଡ଼ିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button