ମ୍ୟାନହୋଲ ଉପରେ ଚିନ୍ତା ପ୍ରକଟ କଲେ ବମ୍ବେ ହାଇକୋର୍ଟ

Spread the love

ମୁମ୍ବାଇ: ମ୍ୟାନହୋଲକୁ ନେଇ ଚିନ୍ତା ପ୍ରକଟ କଲେ ବମ୍ବେ ହାଇକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଭୟ ଆହୁଜାଙ୍କ ଖଣ୍ଡପୀଠ ମୁମ୍ବାଇରେ ଥିବା ଖୋଲା ଡ୍ରେନେଜ ଓ ମ୍ୟାନହୋଲକୁ ଚିନ୍ତାର ବିଷୟ କହିଛନ୍ତି। ଏହାର ସ୍ଥାୟୀ ସମାଧାନର ରାସ୍ତା ବାହାର କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ।

ବମ୍ବେ ହାଇକୋର୍ଟ ମୁମ୍ବାଇରେ ଖୋଲା ମ୍ୟାନହୋଲ ଓ ସେଥିପାଇଁ ହେଉଥିବା କ୍ଷତିକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଭୟ ଆହୁଜାଙ୍କ ଖଣ୍ଡପୀଠ ବୃହନ୍ମୁମ୍ବାଇ ନଗର ପାଳିକା (ବିଏମସି) ଦ୍ବାରା ଡ୍ରେନେଜ ଚାମ୍ବର ଘୋଡେଇବା ପାଇଁ ହୋଇଥିବା ବ୍ୟବସ୍ଥାର ପ୍ରଶଂସା କରିଛନ୍ତି। ଏଥିସହ ଖୋଲା ଡ୍ରେନେଜ ପାଇଁ ହୋଇଥିବା ଧନ ଜୀବନ କ୍ଷତି ପାଇଁ ବିଏମସିକୁ ଦାୟୀ କରିଛନ୍ତି।

ଖଣ୍ଡପୀଠ ଖୋଲା ମ୍ୟାନହୋଲ ଓ ଡ୍ରେନେଜ ଉପରେ କହିଛନ୍ତି କି, ଏହାକୁ ନେଇ ସେ ଚିନ୍ତିତ। ହାଇକୋର୍ଟ ବିଏମସିକୁ କହିଛନ୍ତି କି, ସଂସ୍ଥା ଏହାର ସ୍ଥାୟୀ ସାମାଧାନ ବାହାର କରନ୍ତୁ। ହାଇକୋର୍ଟ ମହାରାଷ୍ଟ୍ରରର ରାସ୍ତାରେ ବୃଦ୍ଧି ପାଉଥିବା ଖାଲଖମା ଓ ଖୋଲା ମ୍ୟାନହୋଲକୁ ନେଇ ଦାୟର ଯାଚିକାର ଶୁଣାଣି କରି ଏପରି କହିଛନ୍ତି ।

ଏସମ୍ପର୍କରେ ବିଏମସିର ଓକିଲ ଅନିଲ ଶଖାରେ ବୁଧବାର ଦିନ କୋର୍ଟଙ୍କୁ କହିଛନ୍ତି କି, ନଗର ନିଗମ ଖୋଲା ମ୍ୟାନହୋଲ ସମସ୍ୟାର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇଛି। ଏଥିନେଇ ପୀଠ ବିଏମସିର ପ୍ରୟାସକୁ ପ୍ରଶଂସା କରିଥିବା ବେଳେ କିନ୍ତୁ ସେପର୍ଯ୍ୟନ୍ତ ଯଦି କୌଣସି ଅପ୍ରୀତିକର ଘଟଣା ଘଟେ ତେବେ ସେଥିପାଇଁ ବିଏମସି ଦାୟୀ ରହିବ ବୋଲି କହିଛନ୍ତି।

ମୁଖ୍ୟ ବିଚାରପତି ଦତ୍ତା ଏହା ଉପରେ କହିଛନ୍ତି, ଯଦି କେହି ମ୍ୟାନହୋଲରେ ଖସିପଡେ ଏଥିପାଇଁ ଦିୱାନୀ ମକଦମା ଦାୟର କରିବାକୁ କୁହାଯିବ ନାହିଁ, ବରଂ ଆମେ ଆପଣଙ୍କ ଅଧିକାରୀ ଦାୟୀ ବୋଲି କହିବୁ। ଏଥିସହ ଖଣ୍ଡପୀଠ ଏକ ପରାମର୍ଶ ଦେଇଛନ୍ତି  ବିଏମସିକୁ କି, ବିଏମସି ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ଦ୍ବାରା ଏପରି ମ୍ୟାନହୋଲର ଢାଙ୍କୁଣି ପ୍ରସ୍ତୁତ କରନ୍ତୁ, ଯେମିତି ଢାଙ୍କୁଣି ହଟାଇବା ମାତ୍ରେ ଅଧିକାରୀ ସତର୍କ ହୋଇଯିବେ।

Leave a Reply

Your email address will not be published. Required fields are marked *