ଓଡ଼ିଶା

ରାଜଧାନୀରୁ ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଭୁବନେଶ୍ୱର : ରାଜଧାନୀରୁ ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଛନ୍ତି । ସେମାନେ ଗତକାଲି ସ୍କୁଲ୍ ଯାଇ ଆଉ ଘରକୁ ଫେରି ନଥିବା କାରଣରୁ ପରିବାର ଲୋକ ସ୍ଥାନୀୟ ଚନ୍ଦକା ଥାନାରେ ଏ ବିଷୟରେ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ମଧ୍ୟ ଖୋଜାଖୋଜି କରୁଥିବା ଜଣା ପଡିଛି ।

ଏହି ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥିବୀରାଜ୍ ପ୍ରଧାନ ଏବଂ ସୋନୁ କୁମାର୍।ସବୁଦିନ ପରି ଗତକାଲି ମଧ୍ୟ ସ୍କୁଲ ଯାଇ ଥିଲେ ଏହି ଦୁଇ ନାବାଳକ। କିନ୍ତୁ ସ୍କୁଲ୍ ଛୁଟି ହେବା ପରେ ଆଉ ଘରକୁ ଫେରିନଥିଲେ। ପରେ ଅଧିକ ସମୟ ହେବାରୁ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଛାତ୍ରମାନଙ୍କର କୌଣସି ଖୋଜଖବର ନମିଳି ନଥିବାରୁ ତାଙ୍କ ପରିବାର ବର୍ଗ ପକ୍ଷରୁ ସ୍ଥାନୀୟ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published.

Back to top button