ଜାତୀୟ

ପ୍ରବଳ ବର୍ଷା: ଚାର ଧାମ ଯାତ୍ରା ଉପରେ ରୋକ

ଡେରାଡୁନ: ଉତ୍ତରାଖଣ୍ଡରେ ଲଗାତର ବର୍ଷା ବିତ୍ପାତ ବଢିଯାଇଛି। ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟିବାରୁ ଗଙ୍ଗୋତ୍ରୀ ଚାର ଧାମ ଯାତ୍ରା ଉପରେ ରୋକ ଲଗାଯାଇଛି। ଆଗାମୀ ଦୁଇ ଦିନ ପାଇଁ ଏହି ଯାତ୍ରା ଉପରେ ଲାଗିଛି ରୋକ। ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ଉତ୍ତର କାଶୀ ଜିଲ୍ଲାରେ ବର୍ଷା କାରଣରୁ ଭଟବାଡିଠାରୁ ଆଗକୁ ହେଲଗୁଗାଡ ନିକଟରେ ଗତ ୪୦ ଘଣ୍ଟାରୁ ବନ୍ଦ ଥିବା ଗଙ୍ଗୋତ୍ରୀ ଜାତୀୟ ରାଜପଥ ଶନିବାର ଖୋଲିଛି। ଫଳରେ ରାସ୍ତାରେ ଫସିଥିବା ହଜାର ହଜାର ଯାତ୍ରୀଙ୍କୁ ମିଳିଛି ଆଶ୍ବସ୍ତି।

 ରାଜ୍ୟରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ବହୁ ରାସ୍ତା ବନ୍ଦ ରହିଛି। ଚାରଧାମ ଯାତ୍ରା ରୁଟ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଥିଲା ଭୂସ୍ଖଳନ ଘଟି। ଫଳରେ ବହୁ ସ୍ଥାନରେ ଯାତ୍ରୀ ଫସି ରହିଛନ୍ତି। ପୁଲିସ ପ୍ରଶାସନ ପକ୍ଷରୁ ରାସ୍ତା ସଫା କାମ ଜାରି ରହିଛି।

 ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଗାମୀ ଦିନ ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବହୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି। ଶନିବାର ଉତ୍ତରକାଶୀ, ଚମୋଲି, ବାଗେଶ୍ବର, ପିଥୌରାଗଡ, ଉଧମସିଂହ ନଗର ଓ ହରିଦ୍ବାର ଜିଲ୍ଲାରେ  କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି।

Related Articles

Leave a Reply

Your email address will not be published.

Back to top button